ନିଆଳି ନାବାଳିକା ହତ୍ୟା ଘଟଣା


ନିଆଳି ନାବାଳିକା ହତ୍ୟା ଘଟଣା, ଘଟଣାକୁ ଗମ୍ଭୀରତା ସହ ନେଇ କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାରନିଆଳି: ନିଆଳି ଥାନାନିଭରଣ ପଞ୍ଚାୟତ କୋଠମୂଳ ଗ୍ରାମରେ ଗତ ଅକ୍ଟୋବର ୧୭ ତାରିଖ ଦିନ ଜଣେ ନାବାଳିକାକୁ ପୋଡ଼ି ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟକର ସୃଷ୍ଟି କରିଥିବାବେଳେ। ଏହି ଘଟଣାରେ ନିଆଳି ଥାନା ପୁଲିସ୍ ୩୫୮/୨୦୨୩ରେ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ଏହି ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବା ସହ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜାତୀୟ ମାନବାଧିକାର କମିସନରଙ୍କ ପାଖରେ ମାମଲା ରଜ୍ଜୁ କରିଥିଲେ ପରିବାର । ଏହି ଘଟଣାକୁ ଗମ୍ଭୀରତା ସହ ନେଇ କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନର ।


error: Content is protected !!