ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଓଡିଶା ଫେରୁଛି


ହଂକଂ ଚାଲାଣ ହେଉଥିଲା କୋଟ୍ରାକ୍ଷୀଙ୍କ ପ୍ରାଚୀନ ମୂର୍ତ୍ତି 💮 ଆନ୍ତର୍ଜାତିକ ବଜାରରେ ୩୩କିଲୋ ଅଷ୍ଟଧାତୁ ମୂର୍ତ୍ତିର ଦାମ୍ ପ୍ରାୟ ୩ କୋଟି ଟଙ୍କା 💮ଦର୍ପଣୀ-ବଡଚଣା-ଭୁବନେଶ୍ଵର- ଗୁଜୁରାଟ ଦେଇ ଦିଲ୍ଲୀ ବିମାନବନ୍ଦରରେ ପହଂଚିଥିଲା ମୂର୍ତ୍ତି ⭕ ୧୧ ୦୧ ୨୦୨୧ ତାରିଖ ରାତିରେ ଦର୍ପଣୀଗଡ ମନ୍ଦିରରୁ ଚୋରି ହୋଇଥିଲା ମୂର୍ତ୍ତି , ସିସିଟିଭି ଫୁଟେଜ ଛବି ଅସ୍ପଷ୍ଟ 🍁ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଐତିହାସିକ THOMAS E.DONALDSON ଙ୍କ ଦ୍ଵାରା 3-VOLUME ବିଶିଷ୍ଟ ଲିଖିତ ବିଖ୍ୟାତ ପୁସ୍ତକ ” TANTRA & SAKTA ART OF ODISHA “ରୁ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ର ସଂଧାନ/ ଏବଂ ମୂର୍ତ୍ତି ର ର ପ୍ରାଚୀନତା ଜଣାପଡିଲା <<>>🏵 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୧୯, ତିନ୍ ମୂର୍ତ୍ତି ମାର୍ଗ ବାସଭବନରେ ଦିଲ୍ଲୀ କଷ୍ଟମ୍ସ ବିଭାଗ କଲା ସରକାରୀ ଦସ୍ତାବିଜ ଓ ମୂର୍ତ୍ତି ହସ୍ତାନ୍ତର ••••••••••••••••••••••••♤•••••••••••••••••••ଦୀର୍ଘ ୨ ବର୍ଷ ୧୦ ମାସପରେ ବଡଚଣା ଥାନା ଦର୍ପଣୀଗଡ ମନ୍ଦିରରୁ ଚୋରି ହୋଇଥିବା ୧୧୦୦ | ୧୨୦୦ବର୍ଷ ସମୟର ଦେବୀ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଓଡିଶା ଫେରୁଛି | ବର୍ଷକତଳେ , ୨୨ ସେପ୍ଟେମ୍ବର ୨୦୨୨ ଦିନ ନୂଆଦିଲ୍ଲୀ ବିମାନବନ୍ଦରରୁ ଏହାକୁ ଜଣେ ସ୍ମଗଲର ହଂକଂ ପଠାଉଥିବା ବେଳେ କଷ୍ଟମ୍ସ ଅଧିକାରୀ ଅଟକାଇଥିଲେ | ଏ ଏସ୍ ଆଇ ଏହାକୁ ପରୀକ୍ଷା କରି ଜାଣିଲା ଯେ, ମୂର୍ତ୍ତି ଟି ଗୋଟିଏ ଆଣ୍ଟିକ୍ | ଆନ୍ତର୍ଜାତିକ ବଜାରରେ ୩୩କିଲୋ ଓଜନର ଅଷ୍ଟଧାତୁ ମୂର୍ତ୍ତି ର ଦାମ୍ ପ୍ରାୟ 3,00,00,000 ( 3 କୋଟି ଟଙ୍କା ହେବ ) ବୋଲି ପ୍ରାରମ୍ଭିକ ଆକଳନ କରିଛି ଏ ଏସ୍ ଆଇ ।।> ଦିଲ୍ଲୀ କଷ୍ଟମ୍ସ ର ଚିଫ୍ କମିଶନର ସମନଜସ ଦାସ ,IRS> ଏଏସଆଇର ଡାଇରେକ୍ଟର ଜେନେରାଲ ଡ. କିଶୋର ବାସା > ଏଏସଆଇର ପ୍ରତ୍ନତତ୍ତ୍ଵ ଅଧିକ୍ଷକ { ଆଣ୍ଟିକ୍} ଡ. ଅର୍ଚ୍ଚନା ଆସନା ଏମାନଙ୍କ ସମେତ ଏବଂ ଅନେକଙ୍କ ସହ ଟେଲିଫୋନ ବାର୍ତ୍ତାଳାପ ପରେ ଗୁରୁବାର ବିଳମ୍ବିତ ରାତିରେ ଏଇ ଖବରକୁ ନେଇ ପ୍ରସ୍ତୁତ ହୋଇଛି ଏକ ବିଶେଷ ଉପସ୍ଥାପନା


error: Content is protected !!