ପ୍ରକୃତି ମାତାଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ


ସାମ୍ପ୍ରତିକ ବୈଜ୍ଞାନିକ ଯୁଗରେ ମନୁଷ୍ୟ ସମାଜ ସୁସ୍ଥ ରୂପେ ବଞ୍ଚିରହିବା ପାଇଁ ପରିବେଶ ରକ୍ଷା ହେଲେ ମଣିଷ ସମାଜ ସନ୍ତୁଳିତ ରହିବ ବୋଲି ସମାଜସେବି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ବାର୍ତା ପ୍ରଦାନ କରିଥିଲେ l ଆସିକା ବ୍ଲଜ ବାବନପୁର ଗ୍ରାମରେ ଗ୍ରୀନ ଡେଭଲପମେଣ୍ଟ ସଂଗଠନ ପକ୍ଷରୁ ପ୍ରଥମ ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ପାଳନ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ବାବନପୁର ସରପଞ୍ଚ ସଞ୍ଜୟ ନାହାକ ଙ୍କ ସଂଯୋଜନା ରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବରିଷ୍ଠ ମହିଳା ସମାଜ ସେବୀ ତଥା ପୂର୍ବତନ ସରପଞ୍ଚ ଆରତୀ ଦେବୀ,ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ତଥା ପ୍ରଫେସର ଡ଼. ଅଶୋକ ମହାପାତ୍ର, କଟକ ହାଇକୋର୍ଟ ର ଆଇନଜୀବି ସୁରେଶ କୁମାର ପଣ୍ଡା, ପୂର୍ବସା ସ୍ବେଛାସେବୀ ସଂଗଠନ ର ସଭାପତି ବନଶ୍ରୀ ମହାପାତ୍ର, ବରିଷ୍ଠ ଆଇନଜୀବି ସୁରେନ୍ଦ୍ର ନାଥ ପଣ୍ଡା, ସମିତିସଭ୍ୟ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ l ପରିବେଶ ବିକାଶ କରିବା ହିଁ ପ୍ରକୃତ ଭଗବାନ ଙ୍କ ପୂଜା ବୋଲି ଅନେକ ବକ୍ତା ମତବ୍ୟକ୍ତ କରିଥିଲେ l ଆରତୀ ଦେବୀ, ପୋଲସରା, ଗଞ୍ଜାମ l


error: Content is protected !!