ସପ୍ତମ ଜ୍ୟୋତିର୍ଲିଙ୍ଗ ଶ୍ରୀ କାଶୀ ବିଶ୍ୱନାଥ ବାରଣାସୀଉତ୍ତର ପ୍ରଦେଶ


ପୌରାଣିକ ବିଶ୍ୱାସ ଅନୁସାରେ ଶ୍ରୀ କାଶୀ ବିଶ୍ୱନାଥ ସତ୍ୟ ଯୁଗରୁ ବିରାଜିତ l ଆକ୍ରମଣକାରୀ ମମାନଙ୍କ ଦ୍ୱାରା ବାରମ୍ବାର ଧ୍ୱସ୍ତ ହୋଇ ଏହାର ପୁନଃ ନିର୍ମାଣ ହୋଇଛି l ବର୍ତ୍ତମାନର ମନ୍ଦିରଟିକୁ ଇନ୍ଦୋରର ମହାରାଣୀ ଅହଲ୍ୟା ବାଇ ହୋଲକାର ଖ୍ରୀ 1780 ରେ ନିର୍ମାଣ କରିଛନ୍ତି l ଖ୍ରୀ 1835 ରେ ମହାରାଜା ରଞ୍ଜିତ ସିଂହ 10 କ୍ୱିଣ୍ଟାଲ ସୁନା ପ୍ରଭୁ କାଶୀ ବିଶ୍ୱନାଥ ଙ୍କୁ ଦାନ କରିଥିଲେ l ଏଥିରେ ମନ୍ଦିରର ତିନୋଟି ଗମ୍ବୁଜ ସମେତ ସ୍ୱୟଂ ବିଶ୍ୱନାଥଙ୍କର ସ୍ବର୍ଣ୍ଣାଭରଣ ତିଆରି କରାଯାଇଛି lଏହି ମନ୍ଦିର ପରିସରରେ କାଳଭୈରବ, ବିଷ୍ଣୁ, ଗଣେଶ, ଗୌରୀ, ଅଭିମୁକ୍ତେଶ୍ଵର, ବିରୁପାକ୍ଷ, ହନୁମାନ ଓ ଶନିଶ୍ଚର ପ୍ରଭୃତି ଛୋଟ ଛୋଟ ମନ୍ଦିର ରହିଛି lଗଙ୍ଗା ନଦୀ କୁଳରେ ଅବସ୍ଥିତ ଏହି ଶୈବ ଧାମକୁ ଆଦି ଶଙ୍କରାଚାର୍ଯ୍ୟ, ସନ୍ଥ ତୁଳସୀ ଦାସ, ଗୁରୁ ନାନକ, ଶ୍ରୀ ଚୈତନ୍ୟ, ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ ପ୍ରଭୃତି ପରିବ୍ରାଜକ ଆସି ଏହି ଧାମକୁ ମହିମାନ୍ୱିତ କରିଛନ୍ତି lସମସ୍ତ ଶୈବ ପର୍ବ ପର୍ବାଣୀ ଏଠାରେ ମହା ସମାରୋହରେ ପାଳିତ ହୁଏ l କାଶୀ ବିଶ୍ୱନାଥଙ୍କର ଦୈନିକ ଭସ୍ମ ଆରତୀ କରାଯାଇଥାଏ lଜୟ ଶ୍ରୀ କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!