ସେପଟେ ଉନ୍ନତମାନର ଚିକିତ୍ସା ପାଇଁ ୨ ଗୁରୁତରଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ଆହତ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ଆଗ୍ରୱାଲଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଛି । ଉନ୍ନତମାନର ଚିକିତ୍ସା ପାଇଁ ଉଭୟଙ୍କୁ ଏୟାରଲିଫ୍ଟ କରାଯାଇଛି । କାଲି ରାଉରକେଲା ଜଲଦା ପ୍ଲେନ୍ କ୍ରାସରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିଲେ ।ଉନ୍ନତମାନର ଚିକିତ୍ସା ପାଇଁ ମୁମ୍ବାଇର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ୯-ସିଟ୍ ବିଶିଷ୍ଟ ଛୋଟ ଏକ ଘରୋଇ ବିମାନ ଉଡାଣ ଭରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଜଲଦା ନିକଟରେ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

More Stories
ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ଗ୍ରାମବାସୀଙ୍କ ବିରୋଧ |
ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ
ଟ୍ରେଲରକୁ ପିଟିଲା ଯାତ୍ରୀବାହୀ ବସ୍; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସଙ୍କଟାପନ୍ନ ଅନେକ ଯାତ୍ରୀ