ଖଣ୍ଡଗିରି ମେଳା ଯାତ୍ରା ପେଣ୍ଡାଲରେ କୌଣସି ପରିସ୍ଥିତିରେ ଅଶ୍ଳୀଳ ନୃତ୍ୟକୁ ପ୍ରଶୟ ଦିଆଯିବନି ।ଖଣ୍ଡଗିରି ମେଳାରେ ଅଶ୍ଳୀଳତାକୁ ପ୍ରଶୟ ନ ଦେବା ପାଇଁ ଆମେ ସମସ୍ତେ ଦୃଢ ପରିକର । ଖଣ୍ଡଗିରି ମେଳା ଆମର ଅସ୍ମିତାର ବିଷୟ, ଭାବାବେଗର ପ୍ରସଙ୍ଗ, ଆମ ସଂସ୍କାରର କଥା ବୋଲି ବିଧାୟକ ବାବୁ ସିଂ କହିଛନ୍ତି।ଗତ ଥର ଅଶ୍ଲୀଳ ନୃତ୍ୟ ଠାରୁ ନିବୃତ ରହିଥିଲୁ, ଚଳିତ ଥର ମଧ୍ୟ ନିବୃତ ରହିବେ ବୋଲି ମୋର ବିଶ୍ବାସ ରହିଛି।
ମଣ୍ଡପ, ଯାତ୍ରା କମିଟି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛି । କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟକୁ ପ୍ରଶୟ ଦିଆଯିବନି ବୋଲି ସେମାନେ ମଧ୍ୟ ନିଷ୍ପତ୍ତି ନେଇସାରିଛନ୍ତି | ଏହାକୁ ସମସ୍ତେ ମାନିବା ଦରକାର।
ଖଣ୍ଡଗିରି ମେଳା ଏକ ଆଧ୍ୟାତ୍ମିକ ମେଳା । ମୁନିଋଷି ମାନେ ଏଠାରେ ତପସ୍ୟା କରି ଆଧ୍ୟାତ୍ମିକତା ଲାଭ କରୁଥିଲେ । ଏହି କଥାକୁ ଆଧାର କରି ପ୍ରତିବର୍ଷ ମାଘ ସପ୍ତମୀ ଠାରୁ ମେଳା ହୋଇଥାଏ । ସମାଜକୁ ଆଗକୁ ନେବା ପାଇଁ ଏହି ମେଳା ବହୁତ ଆବଶ୍ୟକ ବୋଲି ବିଧାୟକ କହିଛନ୍ତି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |