ଖଣ୍ଡଗିରି ମେଳା ଯାତ୍ରା ପେଣ୍ଡାଲରେ କୌଣସି ପରିସ୍ଥିତିରେ ଅଶ୍ଳୀଳ ନୃତ୍ୟକୁ ପ୍ରଶୟ ଦିଆଯିବନି ।ଖଣ୍ଡଗିରି ମେଳାରେ ଅଶ୍ଳୀଳତାକୁ ପ୍ରଶୟ ନ ଦେବା ପାଇଁ ଆମେ ସମସ୍ତେ ଦୃଢ ପରିକର । ଖଣ୍ଡଗିରି ମେଳା ଆମର ଅସ୍ମିତାର ବିଷୟ, ଭାବାବେଗର ପ୍ରସଙ୍ଗ, ଆମ ସଂସ୍କାରର କଥା ବୋଲି ବିଧାୟକ ବାବୁ ସିଂ କହିଛନ୍ତି।ଗତ ଥର ଅଶ୍ଲୀଳ ନୃତ୍ୟ ଠାରୁ ନିବୃତ ରହିଥିଲୁ, ଚଳିତ ଥର ମଧ୍ୟ ନିବୃତ ରହିବେ ବୋଲି ମୋର ବିଶ୍ବାସ ରହିଛି।
ମଣ୍ଡପ, ଯାତ୍ରା କମିଟି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛି । କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟକୁ ପ୍ରଶୟ ଦିଆଯିବନି ବୋଲି ସେମାନେ ମଧ୍ୟ ନିଷ୍ପତ୍ତି ନେଇସାରିଛନ୍ତି | ଏହାକୁ ସମସ୍ତେ ମାନିବା ଦରକାର।
ଖଣ୍ଡଗିରି ମେଳା ଏକ ଆଧ୍ୟାତ୍ମିକ ମେଳା । ମୁନିଋଷି ମାନେ ଏଠାରେ ତପସ୍ୟା କରି ଆଧ୍ୟାତ୍ମିକତା ଲାଭ କରୁଥିଲେ । ଏହି କଥାକୁ ଆଧାର କରି ପ୍ରତିବର୍ଷ ମାଘ ସପ୍ତମୀ ଠାରୁ ମେଳା ହୋଇଥାଏ । ସମାଜକୁ ଆଗକୁ ନେବା ପାଇଁ ଏହି ମେଳା ବହୁତ ଆବଶ୍ୟକ ବୋଲି ବିଧାୟକ କହିଛନ୍ତି।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “