ବିବାହ ପାଇଁ ରାଜି ନହେବାରୁ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ । ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ସମ୍ମୁଖରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ପ୍ରେମିକର ବାପା ଓ ପୋଲିସ ଅଟକାଇଛନ୍ତି ।ଯୁବତୀଙ୍କର ଶିବ ନାରାୟଣ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା ।ଉଭୟ ବିବାହ କରିବେ ବୋଲି ସ୍ଥିର କରିଥିଲେ । ବାହାଘର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ମନା କରିଥିଲେ ପ୍ରେମିକ ଶିବ । ଏନେଇ ପ୍ରେମିକା ଥାନା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣା ପରେ ପ୍ରେମିକ ଶିବ ନାରାୟଣଙ୍କୁ ଗିରଫ କରିଛି ପୋଲିସ ।

More Stories
ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ଗ୍ରାମବାସୀଙ୍କ ବିରୋଧ |
ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ
ଟ୍ରେଲରକୁ ପିଟିଲା ଯାତ୍ରୀବାହୀ ବସ୍; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସଙ୍କଟାପନ୍ନ ଅନେକ ଯାତ୍ରୀ