ପୁଣି ଖସିବ ପାରଦ । ବଢ଼ିବ ଶୀତ । ଆକାଶରେ ଦୃଶ୍ୟମାନ ବାଦଲ ହଟିବା ପରେ ଆସନ୍ତାକାଲିଠୁ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢ଼ିବ । ଏବେ ସାମାନ୍ୟ ଶୀତ କମିଛି । ଆଜି ପାଗ ମେଘୁଆ ଯୋଗୁ କପ୍ତିପଦା ଉପଖଣ୍ଡରେ ଶୀତର ପ୍ରକୋପ କମ ରହିଛି । ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଅବସ୍ଥିତ ଥିବାରୁ ଶୀତ ଜନଜୀବନକୁ କରୁଛି ଅସ୍ତବ୍ୟସ୍ତ କରୁଛି ।କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରି ସେଲସିୟସ, ଝାରସୁଗୁଡ଼ାରେ ୮.୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୧୨.୬ ଡିଗ୍ରି ଓ ସମ୍ବଲପୁରରେ ୧୨.୭ ଡିଗ୍ରି ସେଲସିୟସ ରାତି ତାପମାତ୍ରା ଥିବା ରେକର୍ଡ ହୋଇଛି । ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଜନଜବୀନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |