ଜାଡ଼ରେ ଥରୁଛି ଓଡ଼ିଶା, ଆଗାମୀ ୪ରୁ ୫ଦିନ ଯାଏ ଜାଡ଼ରୁ ମିଳିବନି ନିସ୍ତାର । ଆଜି ପାଇଁ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବା ଫଳରେ ଶୀତ ବଢ଼ିବାର ବି ଆଶଙ୍କା ରହିଛି ।
୨ ଦିନ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାରେ ଶୀତ ଲହରି ରହିବ ।
କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରେ ଅଧିକ ଶୀତ ରହିବ । ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କୋରାପୁଟରେ ପ୍ରବଳ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବୁଧବାର ଝାରସୁଗୁଡ଼ା, ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା ୬ ଡିଗ୍ରୀ ରହିପାରେ । ଅନୁଗୁଳରେ ୭, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ଢେଙ୍କାନାଳ, ବାରିପଦା, ବଲାଙ୍ଗୀର ଓ ଭବାନୀପାଟଣାରେ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |