January 25, 2026

Now Odisha

Now Odisha

ମିଲର୍ସଙ୍କ ମନମାନି ପାଇଁ ଚାଷୀ ଖର୍ଚ୍ଚରେ ଯାଉଛି ଧାନ, ମଣ୍ଡି ପରିଦର୍ଶନ କଲେ ସମବାୟ ଉପନିବନ୍ଧକ।

Spread the love

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧୀନରେ ଚାଲିଥିବା ଖରିଫ ମଣ୍ଡି ପରିଦର୍ଶନ କରିଛନ୍ତି ଡିଆରସିଏସ । ଚଳିତ ଖରିଫ ଋତୁରେ ଦେଖିବାକୁ ମିଳୁଛି ଅଜବ ସମସ୍ୟା। ଚାଷୀଙ୍କ ଧାନ ନେବାକୁ ଗାଡି ପଠାଉ ନାହାନ୍ତି ମିଲର୍ସ । ଚାଷୀ ନିଜ ହାତରୁ ଗାଡି ଖର୍ଚ୍ଚ ବହନ କରି ଧାନ ପଠାଉ ଥିବା ବେଳେ ମିଲର୍ସଙ୍କ ଏଭଳି ଦାଦାଗିରି ପାଇଁ ସମସ୍ୟା ଭୋଗୁଛନ୍ତି ଚାଷୀ ।

ସରକାରୀ ନିୟମାନୁଯାୟୀ ଚାଷୀ ରଖିଥିବା ଧାନକୁ ମିଲକୁ ନେବା ନିମନ୍ତେ ମିଲର୍ସ ଗାଡି ପଠାଇବା ନିୟମ ରହିଥିବା ବେଳେ ଚଳିତ ବର୍ଷ କୁନ୍ଦୁରା ବ୍ଲକ ଅଧୀନରେ ଅଧିକାଂଶ ଚାଷୀ ନିଜେ ଗାଡି ଭଡା ଦେଉଥିବା ସମସ୍ତଙ୍କୁ ଚକିତ କରିଛି । କୁନ୍ଦୁରା ବ୍ଲକରେ ୧୨ଟି ସ୍ଥାନରେ ମଣ୍ଡି ଚାଲିଥିବା ବେଳେ ସମସ୍ତ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କ ଫୋନକୁ ସମୟସୀମା ମଧ୍ୟରେ ଧାନ ବିକ୍ରି କରିବା ନିମନ୍ତେ ମେସେଜ ଆସୁଥିବା ବେଳେ କ୍ରୟାକରି ସଂସ୍ଥା ବା ଲ୍ୟାମ୍ପସ ସମୟ ଅନୁସାରେ ଟୋକନ ତାଲିକା ବାହାର କରିଥାଏ । ଏହି ସମୟ ମଧ୍ୟରେ ଚାଷୀ ଯଦି ଧାନ ମଣ୍ଡି ସ୍ଥଳକୁ ଧାନ ନେବାରେ ବିଳମ୍ବ କରେ ତେବେ ଟୋକନ ରଦ୍ଦ ହେବା ଭୟ ରହିଛି । ଏହାର ଫାଇଦା ଉଠାଇ ଚାଷୀକୁ ଶୋଷଣ କରିବା ଦିଗରେ ଏଭଳି ଉପାୟ ଅବଲମ୍ବନ କରୁଛନ୍ତି ମିଲର୍ସ ।

ଏହି ଖବର ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ କ୍ରୟାକରି ସଂସ୍ଥା ନିକଟରେ ମିଲର୍ସଙ୍କ ଏଭଳି ଶୋଷଣ ନୀତି ଏବଂ ଦାଦାଗିରି ଖବର ରହିଥିବା ସତ୍ୱେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଚାଷୀଙ୍କ ପ୍ରତି ଏକ କୁଠାରଘାତ ସଦୃଶ । ବିଭିନ୍ନ ସମୟରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀମାନେ ମଣ୍ଡିସ୍ଥଳକୁ ଗସ୍ତ କରୁଥିବା ବେଳେ ସମସ୍ୟା ଗୁଡିକୁ ସମାଧାନ କରିବାରେ ଅବହେଳା ହେଉଥିବା ଦେଖିବାକୁ ମିଳୁଛି । କୁନ୍ଦୁରା ବ୍ଲକର ସମସ୍ତ ଧାନ ମଣ୍ଡିରୁ ପଞ୍ଜିକୃତ ଚାଷୀଙ୍କ ଠାରୁ ୧୯୩୦୦୦ କ୍ୟୁଣ୍ଟାଲ ମଧ୍ୟରୁ ୧୫୬୩୯୬ କ୍ରୟ ହୋଇଥିବା ବେଳେ ବଳକା ୩୬୬୦୪ କ୍ୟୁଣ୍ଟାଲ ଧାନ କ୍ରୟ ହେବା ନେଇ କୁନ୍ଦୁରା ସମବାୟ ବିଭାଗ ପରିଚାଳନା ନିର୍ଦ୍ଦେଶକ ପରିଦର୍ଶନ ରେ ଆସିଥିବା ସମବାୟ ଉପ ନିବନ୍ଧକ ମୋନିକା ରାୟଙ୍କୁ କହିଛନ୍ତି ।

error: Content is protected !!