ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଇରାନ ଆନ୍ଦୋଳନକାରୀଙ୍କୁ ସରକାରୀ ପ୍ରତିଷ୍ଠାନ ଦଖଲ କରିବାପାଇଁ ଆହ୍ବାନ କରିବାପରେ ଏବଂ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସୁନିଶ୍ଚିତ କରିବାପରେ ଏବେ ଇରାନରେ ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଯେକୌଣସି ସମୟରେ ଆମେରିକା ଇରାନରେ ଆକ୍ରମଣ କରିପାରେ ବୋଲି ଏଥିରୁ ଆଶଙ୍କା ସୃଷ୍ଟି ହୋଇଛି ।
ତେଣୁ ସୁରକ୍ଷା ଦୃଷ୍ଟିରୁ ଆଜି ଭାରତ ଇରାନରେ ଥିବା ଏହାର ନାଗରିକଙ୍କ ପାଇଁ ଏକ କଡ଼ା ପରାମର୍ଶାବଳୀ ଜାରି କରିିଛି। ତେହେରାନ ସ୍ଥିତ ଭାରତୀୟ ଦୂତାବାସ ଦ୍ବାରା ଜାରି ହୋଇଥିବା ପରାମର୍ଶାବଳୀରେ ଭାରତୀୟଙ୍କୁ ତୁରନ୍ତ ଯେକୌଣସି ଉପାୟରେ ଇରାନ ଛାଡ଼ିବାପାଇଁ କୁହାଯାଇଛି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |