ଉପକୂଳବର୍ତ୍ତି ଜିଲ୍ଲା ସହିତ ଗଜପତି ଜିଲ୍ଲା କୁ ମଧ୍ୟ ସତର୍କ କରାଯାଉଛି ଏବଂ ସରକାର ସଜାଗ ଅଛନ୍ତି ସମ୍ଭାବ୍ୟ ବାତ୍ୟା ପାଇଁ । ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ କରାଯାଉଛି । ଉପକୂଳବର୍ତ୍ତୀ ଜିଲ୍ଲା ସହିତ ଗଜପତି ଜିଲ୍ଲା କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଧେଶ ଦିଆଯାଉଛି ଏବଂ ଅପରାହ୍ନ ୪ଟା ରେ ଆଜି ଯେଉଁ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିବ ସେଠାରେ ୭ଟି ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ମଧ୍ୟ ସାମିଲ କରାଯିବ ।
ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟସ୍ୱ ସଚିବ ଏବଂ ଏହା ଭିତରେ ଆଜି ଅପରାହ୍ନ ରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିଛି ଏବଂ ବାତ୍ୟା ସମ୍ବନ୍ଧରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ କରାଯିବ । ସମ୍ଭାବ୍ୟ ବାତ୍ୟା କୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱ ରେ ଥିବା ସତ୍ୟବ୍ରତ ସାହୁ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀ ଙ୍କୁ ନେଇ ଆଲୋଚନା କରାଯିବ ।
କିନ୍ତୁ ଏହା ପୂର୍ବରୁ ଯେଉଁ ଜିଲ୍ଲା ଗୁଡିକରେ ଅଧିକ କ୍ଷୟକ୍ଷତି ହେବାର ଆକଳନ କରାଯାଉଛି ତଥା ଯେଉଁ ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି ସେହି ଜିଲ୍ଲା ରେ ସରକାରୀ କର୍ମଚାରୀ ଙ୍କ ଛୁଟି ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ବାତିଲ କରାଯାଉଛି ଏବଂ ଯେଉଁ ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବେ ସେହି ଜିଲ୍ଲା ର ଜିଲ୍ଲାପାଳ ମାନେ ମଧ୍ୟ ଆଜି ଏହି ବୈଠକ ରେ ସାମିଲ ହେବେ ।
ଉପକୂଳବର୍ତ୍ତୀ ଜିଲ୍ଲା ଯେଉଁ ଗୁଡ଼ିକ ରହିଛି ସେମାନଙ୍କ ସହିତ ଗଜପତି ଜିଲ୍ଲା କୁ ମଧ୍ୟ ବର୍ତ୍ତମାନ ସମୟରେ ସତର୍କ କରାଯାଉଛି । ଯାହା କୁହାଯାଉଛି ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ଆଦି ସମସ୍ତଙ୍କୁ ପ୍ରସ୍ତୁତ ରଖାଯିବ । ବିଶେଷ କରି ବାତ୍ୟା ଆଶ୍ରୟ ସ୍ଥଳୀ କୁ ପ୍ରସ୍ତୁତ କରାଯିବ ଏବଂ ଯେଉଁ ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ମଧ୍ୟ ସତର୍କ କରାଯିବ ।
ଆସନ୍ତା ୨୨ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଙ୍କ ଛୁଟି କୁ ବାତିଲ କରୁଛନ୍ତି ସରକାର । ଏହା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଅପଡେଟ ଏବଂ ସରକାର ବର୍ତ୍ତମାନ ଆଲର୍ଟ ମୋଡ଼ ରେ ଆସି ସାରିଛନ୍ତି ଏବଂ ବାତ୍ୟା ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି ।
ତେବେ ଏହି ବାତ୍ୟା ଆଗାମୀ ସମୟରେ କିଭଳି ରୂପ ଧାରଣ କରିବ ଏବଂ କଣ ସବୁ କ୍ଷୟକ୍ଷତି କରିବ ତାହା କେବଳ ଆସନ୍ତା ସମୟରେ ହିଁ ଜଣା ପଡ଼ିବ ଏବଂ ସରକାର ଏହାକୁ ନେଇ କଣ ସବୁ ପଦକ୍ଷେପ ନେଉଛନ୍ତି ତାହା ମଧ୍ୟ ରାଜ୍ୟବାସୀ ଙ୍କ ପାଇଁ ନିଶ୍ଚିତ ଭାବରେ ଚିନ୍ତା ର ବିଷୟ ଅଟେ ।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |