January 25, 2026

Now Odisha

Now Odisha

ଅପେକ୍ଷାରେ ଚାଷୀ, କିନ୍ତୁ ଅଚାନକ ବାତିଲ ହେଲା ଯୋଗାଣ ମନ୍ତ୍ରୀଙ୍କ ଗସ୍ତ

Spread the love

ଅପେକ୍ଷାରେ ଚାଷୀ, କିନ୍ତୁ ଆସିବେନି ମନ୍ତ୍ରୀ । ଅଚାନକ ବାତିଲ ହେଲା ମନ୍ତ୍ରୀଙ୍କ ଗସ୍ତ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ ବାତିଲ୍ ହୋଇଛି । ଆଜି ସମ୍ବଲପୁରରେ ସମୀକ୍ଷା ବୈଠକ କରିଥାନ୍ତେ ମନ୍ତ୍ରୀ । କାଲି ବରଗଡ଼ ଯାଇଥାନ୍ତେ । ଯୋଗାଣ ମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ।

ହେଲେ ଅଚାନକ ମନ୍ତ୍ରୀଙ୍କ ଗସ୍ତ ବାତିଲ୍ କରାଯାଇଛି। ଚଳିତବର୍ଷ ମଣ୍ଡି ଖୋଲିବା ଦିନଠାରୁ ଧାନ ସଂଗ୍ରହ ଅବ୍ୟବସ୍ଥା ଚରମରେ ପହଞ୍ଚିଛି । ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀଙ୍କ ପାଖରେ ଟୋକନ ନାହିଁ । ଏଥିପାଇଁ ବିଭିନ୍ନ ସମୟରେ ଚାଷୀ ଆନ୍ଦୋଳନ କରିଛନ୍ତି । ରାଜରାସ୍ତାକୁ ଓହ୍ଲାଇଛନ୍ତି ପଶ୍ଚିମ ଓଡ଼ିଶାର ଚାଷୀ । ଚଳିତବର୍ଷ ସମ୍ବଲପୁର ଜିଲ୍ଲାରେ ୬୫ ହଜାର ଚାଷୀ ଖରିଫ୍ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜମି ଅନୁଯାୟୀ ଟୋକନ ଆସି ପାରିଲାନାହିଁ । ତୃତୀୟ ପର୍ଯ୍ୟାୟ ଟୋକନ କାହାରି ମଧ୍ୟ ଆସି ନାହିଁ ।

ସେପଟେ ମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି ପ୍ରଭାରୀ ବୈଠକକୁ ନେଇ ସମାଲୋଚନା କରିଥିଲା ବିଜେଡି । ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଏହି ପ୍ରଭାରୀ ବୈଠକରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଜେପି ଦଳୀୟ ପ୍ରଭାରୀବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କିପରି ଆୟୋଜିତ ହେବ ? ଏଥିରେ ସରକାରୀ ଅଧିକାରୀ ମାନେ କାହିଁକି ଯୋଗ ଦେବେ ? ସରକାରୀ କାର୍ଯ୍ୟାଳୟ ଗୁଡିକୁ ବିଜେପି ନିଜ ଦଳୀୟ କାର୍ଯ୍ୟାଳୟରେ ପରିଣତ କରିବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ବିଜେପି ଏଥିରୁ ନ ଦୂରେଇଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ଚେତାବନୀ ଦେଇଥିଲା ବିଜେଡି ।

error: Content is protected !!