ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ହାଡକୋର ମାଓବାଦୀ ନିହତ । ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ ଜବାନଙ୍କ ସହ ମୁହାଁ ମୁହିଁ ହୋଇଥିଲେ ମାଓବାଦୀ । ଏହି ଏନକାଉଣ୍ଟର ରେ ଚାରି ଜଣ ମହିଳା ମାଓବାଦୀଙ୍କ ସହ ଦୁଇ ଜଣ ପୁରୁଷ ମାଓବାଦୀ ପ୍ରାଣ ହରାଇଛନ୍ତି ।
ପୂର୍ବରୁ ଏମାନଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୨୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଘଟଣାସ୍ଥଳରୁ AK47 ଓ INSAS ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ରକେଟ ଲଞ୍ଚର, ଗ୍ରେନେଡ଼ ଓ ନଗତ ଟଙ୍କା ମଧ୍ୟ ସୁରକ୍ଷା କର୍ମୀ ଜବତ କରିଥିବା ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “