ରାତିରେ ଥରାଉଛି, ଦିନରେ ଜଳୁଛି।ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍ ସମୟରେ ଶୀତ ଲହରି ଜାରି ରହିଥିଲେ ମଧ୍ୟ ଦିନସାରା ବସନ୍ତ ଋତୁର ପବନ ନିଆରା ଅନୁଭବ ଦେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ପାରଦ ଏବେ ଉପରମୁହାଁ ହୋଇଛି । ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି ।
ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଛି । ଏପଟେ ଡରାଇଲାଣି ଖରା ପ୍ରକୋପ । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି ।
ସ୍ୱାଭାବିକଠାରୁ ସାଢ଼େ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଅଧିକ ରହିଛି ଦିନ ତାପମାତ୍ରା । ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀରେ ପହଞ୍ଚିଛି । ସେହିପରି ଆଗାମୀ ୫ଦିନ ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବା ନେଇ ଆକଳନ କରାଯାଇଛି । ସକାଳ ୫.୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ୧୩.୪ ଡିଗ୍ରୀ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |