ରାଜସ୍ଥାନରେ ବଡ଼ ସଡ଼କ ଦୁର୍ଘଟଣା ହୋଇ ଯାଇଛି। ଏଠାରେ ଯୋଧପୁର-ଜୈସଲମେର ହାଇୱେରେ ଶ୍ରଦ୍ଧାଳୁଙ୍କ ଭରା ବସ୍ର ଟ୍ରେଲର ଟ୍ରକ୍କୁ ଧକ୍କା ଦେବାରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସେଠାରେ ୧୬ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି।ଘଟଣା ସନ୍ଧ୍ୟା ସମୟ ପ୍ରାୟ ୪ଟା ୩୦ ଟାରେ କେରୁ ଗାଁରେ ମୁଲନାଦା ରାଜଘରାନେର ସ୍କ୍ୱୋୟାର ନିକଟରେ ହୋଇଛି।
ପୁଲିସ କହିଛି ଯେ, ବସରେ ଥିବା ୨୦ ଜଣ ଯାତ୍ରୀ ଜୈସଲମେର ଜିଲ୍ଲାର ରାମଦେବରା ସ୍ଥିତ ବାବା ରାମଦେବଙ୍କ ମନ୍ଦିରରୁ ଫେରୁ ଥିଲେ । ସବୁ ଯାତ୍ରୀ ଗୁଜରାଟର ଅରାବଳୀ ଜିଲ୍ଲାର ରମନା ରୁପନ ଗାଁର ନିବାସୀ ଥିଲେ। ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଏମଡିଏମ୍ ହସ୍ପିଟାଲକୁ ନିଆ ଯାଇ ଥିଲା । ପୁଲିସ କହିଥିଲା ଯେ, ମୃତଦେହକୁ ଶବଗୃହରେ ରଖା ଯାଇଛି ଏବଂ ସେ ସବୁକୁ ପରିବାର ଲୋକଙ୍କୁ ପ୍ରଦାନ କରାଯିବ।
ଅନ୍ୟପଟେ ଉଦୟପୁରର ସବିନା ଥାନା କ୍ଷେତ୍ରରେ ମଙ୍ଗଳବାର ଟ୍ରକ୍ ଧକ୍କାରେ ମୋଟର ସାଇକେଲ୍ରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।
ପୁଲିସ ସୂତ୍ରାନୁସାରେ, ବଲିଚା ଆଡୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଆଗରେ ଯାଉ ଥିବା ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଏଥିର ମୋଟର ସାଇକେଲରେ ବସିଥିବା ୨୬ ବର୍ଷିୟ ଅର୍ଜୁନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ୩୦ ବର୍ଷିୟ ଦୀପେଶ କଟାରା ଗୁରୁତର ହୋଇଥିଲେ। ଆହତ ଦୀପେଶଙ୍କୁ ଗୁରୁତର ସ୍ଥିତିରେ ଏମବି ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!