ରାଞ୍ଚି : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ସଦର ହସ୍ପିଟାଲରେ ସଂକ୍ରମିତ ରକ୍ତ ନେବାରୁ ଗୋଟିଏ ପରିବାରର ୩ ଜଣ ତଥା ବାପା ମା’ ଏବଂ ସେମାନଙ୍କର ପିଲା ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଜଣେ ମହିଳା ଚାଇବାସା ସଦର ହସ୍ପିଟାଲ୍ରେ ୨୦୨୩ ଜାନୁଆରିରେ ଅସ୍ତ୍ରୋପଚାର ଦ୍ବାରା ଏକ ଶିଶୁକୁ ଜନ୍ମ ଦେଇଥିଲେ।
ଡେଲିଭରି ସମୟରେ ଅତ୍ୟଧିକ ରକ୍ତସ୍ରାବ ହେବା ଫଳରେ ତାଙ୍କୁ ହସ୍ପିଟାଲ ବ୍ଲଡ ବ୍ୟାଙ୍କ୍ରୁ ରକ୍ତ ଦିଆଯାଇଥିଲା।
ତେବେ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ସେ ସମୟରେ ମହିଳାଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଥିଲା ଏବଂ ଏହାପରେ ସମଗ୍ର ପରିବାର ଏଚ୍ଆଇଭିରେ ସଂକ୍ରମିତ ହୋଇଛନ୍ତି। ମହିଳା ଜଣଙ୍କ ୨୦୨୫ ଜୁନ୍ରେ ଦ୍ବିତୀୟ ଥର ପାଇଁ ଗର୍ଭବତୀ ହେବାପରେ ଏହି ଘଟଣା ସଂକ୍ରାନ୍ତରେ ଜଣାପଡ଼ିଛି। ରୁଟିନ ଚେକ୍ଅପ ପରେ ଜଣାପଡ଼ିଲା ଯେ ସେ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
୨୦୨୬ ଜାନୁଆରି ୨ରେ ସେ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେଲେ। କିନ୍ତୁ ତାଙ୍କ ପ୍ରଥମ ସନ୍ତାନ ହଠାତ ଅତି ଅସୁସ୍ଥ ହୋଇପଡ଼ିଲା ଏବଂ ସେ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହେବାପରେ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ମେଡିକାଲ ରିପୋର୍ଟ ଆଧାରରେ ସ୍ବାସ୍ଥ୍ୟ ବିଭାଗ ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରକୃତ ସତ ଜଣାପଡ଼ିବ ବୋଲି ପଶ୍ଚିମ ସିଂହଭୂମ ସିଭିଲ ସର୍ଜନ ଡାକ୍ତର ଭାରତୀ ମିଞ୍ଜ କହିଛନ୍ତି।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |