ଭୁବନେଶ୍ବର ; କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ରେ ଵଡ ସଂଶୋଧନ କରାଯାଇଛି । ମୋଟର ଯାନ ଆଇନ ଉଲଙ୍ଘନକାରୀଙ୍କ ଉପରେ ହେଵ କଡା କାର୍ଯ୍ୟାନୁଷ୍ଠାନ । ବର୍ଷକରେ ପାଞ୍ଚ ଥର ମୋଟର ଯାନ ଆଇନ ଉଲଙ୍ଘନ କଲେ ଗାଡି ପଞ୍ଜିକରଣ ରଦ୍ଦ ହେବ । ପାଞ୍ଚ ଥର ଆଇନ ଉଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହେଵାର ଵ୍ୟଵସ୍ଥା କରାଯାଇଛି ।
ଚଳିତ ବର୍ଷ ଜାନୁଆରୀ ୧ରୁ ଲାଗୁ ହେଲା ସଂଶୋଧିତ ଆଇନ । ଚାଲାଣ କଟିଲେ ୪୫ଦିନ ପର୍ଯ୍ୟନ୍ତ ମହଲତ ରହିଛି । ୪୫ଦିନ ସରିଵାର ୩୦ଦିନ ଭିତରେ ଜରିମାନା ଦେବାକୁ ଵାଧ୍ୟ ହେବେ ଗାଡ଼ି ମାଲିକ ।
ତେବେ ୪୫ଦିନ ଭିତରେ ଚାଲାଣ ବିରୋଧରେ ଅଧିକାରୀଙ୍କ ନିକଟରେ ଅପିଲ କରି ପାରିବେ ଗାଡି ମାଲିକ । ସମ୍ପୃକ୍ତ ଅଧିକାରୀ ୩୦ଦିନ ଭିତରେ ଫଇସଲା ଶୁଣାଇବାକୁ ଵାଧ୍ୟ । ଅଧିକୃତ ଅଧିକାରୀ ଫଇସଲା ନଶୁଣାଈ ପାରିଲେ ଚାଲାଣ ଆପେ ରଦ୍ଦ ହୋଇଯିଵ । ଚାଳକ ଵା ଗାଡି ମାଲିକଙ୍କ ସପକ୍ଷରେ ଫଇସଲା ନହେଲେ ୩୦ଦିନ ଭିତରେ ଜରିମାନା ଦେବାକୁ ଵାଧ୍ୟ ହେବେ ବୋଲି କୁହାଯାଇଛି । ଫଇସଲା ଶୁଣାଣି ତାରିଖଠାରୁ ୩୦ଦିନ ଭିତରେ ଜରିମାନା ଦେବାକୁ ପଡିଵ । ଅଧିକାରୀଙ୍କ ଫଇସଲାରେ ଅସନ୍ତୁଷ୍ଟ ଗାଡି ମାଲିକ ଅଦାଲତରେ ଅପିଲ କରିପାରିବେ । ଅଦାଲତର ଅପିଲ ପୂର୍ବରୁ ଜରିମାନାର ୫୦ପ୍ରତିଶତ ପରିଵହନ ବିଭାଗରେ ଜମା କରିବାକୁ ପଡ଼ିବ । ଅଦାଲତ ନିର୍ଦ୍ଦେଶ ଆଧାରରେ ପୋଲିସ କିମ୍ବା ଅଧିକୃତ ଅଧିକାରୀ ସମ୍ପୃକ୍ତ ଗାଡିକୁ ଜଵତ କରିପାରିବେ । ଏ ନେଇ ଗେଜେଟ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ସଡକ ପରିବହନ ଵିଭାଗ ।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |