ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ସହରରେ ଆଜି ଗୋଟିଏ ଦୁଃଖତ ଘଟଣା ଦେଖିବାକୁ ମିଳିଲା। ଜଣେ ଅସହାୟ ବୃଦ୍ଧ ଶ୍ରୀଧର ପୋଢ଼ଙ୍କ ମୃତ୍ୟୁ ପରେ ତାଙ୍କର କେହି ନିଜ ପରିବାର ସଦସ୍ୟ ଆଗକୁ ନଆସିବାରୁ ସେହି ବୃଦ୍ଧଙ୍କ ମୃତଦେହର ଶେଷକୃତ୍ୟ ଦାୟିତ୍ୱ ନେଲେ ତୁଷୁରା ବଜରଙ୍ଗ ଦଳର ସଦସ୍ୟମାନେ ଓ ସ୍ଥାନୀୟ ଲୋକେ। ଏହି ଘଟଣା ଫଳରେ ତୁଷୁରାରେ ମାନବିକ ମୂଲ୍ୟବୋଧ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେହି ଅସହାୟ ବୃଦ୍ଧ ଗତ କିଛି ବର୍ଷ ଧରି ତୁଷୁରା ସହର ଅଞ୍ଚଳରେ ବସବାସ କରୁଥିଲେ। ବୟସର ଭାର ଓ ଅସୁସ୍ଥତା ଯୋଗୁଁ ସେ ବିଭିନ୍ନ ସମସ୍ୟାରେ ଭୋଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆଜି ହଠାତ୍ ତାଙ୍କ ମୃତ୍ୟୁ ଘଟିଯିବା ପରେ କେହି ଆତ୍ମୀୟ-ସ୍ୱଜନ ସମ୍ପର୍କୀୟ ଆଗକୁ ନଆସିବା ଦୃଶ୍ୟ ଦେଖି ଅନେକଙ୍କ ଚକ୍ଷୁ ଆଞ୍ଜଳି ଭରିଯାଇଥିଲା। ଘଟଣା ସମ୍ପର୍କରେ ଖବର ମିଳିବା ପରେ ସହରର କିଛି ସ୍ଥାନୀୟ ବାସିନ୍ଦା ଓ ତୁଷୁରା ବଜରଙ୍ଗ ଦଳ ସଦସ୍ୟ ମାନେ ତୁରନ୍ତ ସେଠାକୁ ପହଞ୍ଚିଥିଲେ। ପରେ ତୁଷୁରା ଡାକ୍ତରଖାନକୁ ନିଆ ଯାଇଥିଲା ସେଠି ଡକ୍ଟର ମୃତ ଘୋଷଣା କଲା ପରେ ସ୍ଥାନୀୟ ଥାନାକୁ ସୂଚନା ଦେଇ ବୈଧ ପ୍ରକ୍ରିୟା ସମ୍ପନ୍ନ କଲାପରେ ସେମାନେ ମୃତଦେହକୁ ସବଦାହ ପାଇଁ ତୁଷୁରା ସୋନଗଡ଼ ନଦୀକୁ ନେଇଯାଇଥିଲେ। ସମସ୍ତ ଧାର୍ମିକ ନୀତିନିୟମ ମାନି ସେହି ବୃଦ୍ଧଙ୍କ ଶେଷକୃତ୍ୟ ତୁଷୁରା ସୋନଗଡ଼ ନଦୀ ତଟରେ ସମ୍ପନ୍ନ କରାଯାଇଥିଲା।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |