ଭୁବନେଶ୍ୱର,:
ପିୟୁସିସି ନଥିଲେ ପେଟ୍ରୋଲ୍ ମିଳିବନି
ନିର୍ଦ୍ଦେଶ ପ୍ରତ୍ୟାହୃତ। ଏନେଇ ହାଇକୋର୍ଟରେ
ସତ୍ୟପାଠ ଦାଖଲ କଲେ ସରକାର।
ପେଟ୍ରୋଲ ପମ୍ପ୍ ଗୁଡ଼ିକ କେବଳ ପିୟୁସିସି
ପାଇଁ କହିପାରିବେ। କିନ୍ତୁ ପେଟ୍ରୋଲ
ଦେବାକୁ ମନା କରିପାରିବେନି। ସେହିପରି
ସମସ୍ତ ଚାଲାଣ ଭରିବାକୁ ବାଧ୍ୟ କରିପାରିବେ
ନାହିଁ ସରକାର। ଏନେଇ ବାହାନ
ପୋର୍ଟାଲରେ ସଂଶୋଧନ ପାଇଁ ନିର୍ଦ୍ଦେଶ
ଦିଆଯାଇଛି। ଅନ୍ୟପଟେ ସମସ୍ତ ଚାଲାଣ
ଭରିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି
ହାଇକୋର୍ଟ। ଚାଲାଣ ଥିଲେ ପ୍ରଦୂଷଣ
ସାର୍ଟିଫିକେଟ ନ ମିଳିବା ନେଇ ପରିବହନ
ବିଭାଗର ନିର୍ଦ୍ଦେଶକୁ ଖାରଜ କରିଛନ୍ତି
ହାଇକୋର୍ଟ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ
ଏବେ ଚାଲାଣ ଥିଲେ ବି ପ୍ରଦୂଷଣ
ସାର୍ଟିଫିକେଟ ହୋଇପାରିବ। ଏହା ସହ
ବାହାନ ପୋର୍ଟାଲରେ ସଂଶୋଧନ କରି ଏ
ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା
ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମୁଖ୍ୟ
ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ
ଏମ.ଏସ ରମଣଙ୍କୁ ନେଇ ଗଠିତ
ଖଣ୍ଡପୀଠରେ ଏହି ମାମଲାର ଶୁଣାଣି
ହୋଇଛି। ଆସନ୍ତା ଏକ ସପ୍ତାହ ପରେ
ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ
କରାଯାଇଛି। ତେବେ ପ୍ରଦୂଷଣ ସାର୍ଟିଫିକେଟ
ନ ଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ
ଦେବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ
ମାଲିକଙ୍କୁ କିଛି ମାସ ତଳେ ନିର୍ଦ୍ଦେଶ
ଦେଇଥିଲା ରାଜ୍ୟ ପରିବହନ ବିଭାଗ। ଏହା
ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଯୋଗୁଁ ଗାଡ଼ିର
ଚାଲାଣ କଟିଥିଲେ ଉକ୍ତ ଗାଡ଼ିରେ ପ୍ରଦୂଷଣ
ସାର୍ଟିଫିକେଟ ହୋଇପାରିବ ନାହିଁ ବୋଲି
ନିର୍ଦ୍ଦେଶନାମା ଜାରି କରିଥିଲା ପରିବହନ ବିଭାଗ।
ଯାହାକୁ ବିରୋଧ କରି ହାଇକୋର୍ଟରେ ଏକାଧିକ
ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।

More Stories
ଅବିଭାବକ ଙ୍କ ମତ ନ ନେଇ ମନ ମୁଖି ଭାବେ ବାତ୍ୟା ଆଶ୍ରୟ ସ୍ଥଳୀରେ ଶିକ୍ଷା ଦାନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ।
ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ l
ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ଥଳ ସଚେତନତା କାର୍ଯ୍ୟକ୍ରମ କୋଇଲି ଘୁଘର ଠାରେ ଅନୁଷ୍ଠିତ,