February 4, 2026

Now Odisha

Now Odisha

ଆସିବ ନିବେଶର ବନ୍ୟା, ବଢିବ ନିଯୁକ୍ତି ସୁଯୋଗ |

Spread the love

ନୂଆଦିଲ୍ଲୀ,୨୭ା୧: ଭାରତ ଏବଂୟୁରୋପୀୟ ସଂଘ ମଧ୍ୟରେ ସ୍ୱାକ୍ଷରିତହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି।
ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।
ଏନେକି ଅନେକ ଆକଳନ କରାଯାଉଥିବାବେଳେ ବଡ ଅର୍ଥନୈତିକ ପରିବର୍ତ୍ତନ ଆଶା
କରାଯାଉଛି। ଫେଡେରେସନ୍ ଅଫ୍‌
ୟୁରୋପିଆନ୍ ବିଜନେସ୍ ଇନ୍ ଇଣ୍ଡିଆ
(ଏଫ୍‌ଇବିଆଇ)ର ୨୦୨୬ ବ୍ୟବସାୟିକ
ସର୍ଭେ ଅନୁଯାୟୀ, ୟୁରୋପୀୟ
କମ୍ପାନୀଗୁଡ଼ିକ ଭାରତରେ ବିପୁଳ ପୁଞ୍ଜି
ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ
ଅଣ୍ଟା ଭିଡ଼ିଛନ୍ତି। ପ୍ରାୟ ୯୫% ୟୁରୋପୀୟ
କମ୍ପାନୀ ଆଗାମୀ ୫ ବର୍ଷ ମଧ୍ୟରେ
ଭାରତରେ ନିଜର ବ୍ୟବସାୟ ବୃଦ୍ଧି
କରିବାକୁ ଯୋଜନା କରିଛନ୍ତି। ୯୦%
କମ୍ପାନୀ ସ୍ୱୀକାର କରିଛନ୍ତି ଯେ ଭାରତରେ
ସେମାନଙ୍କ କାର୍ଯ୍ୟକଳାପ ବର୍ତ୍ତମାନ
ଲାଭଜନକ ସ୍ଥିତିରେ ଅଛି। ୭୮% କମ୍ପାନୀ
ଭାରତରେ ନିଯୁକ୍ତି ବଢ଼ାଇବାକୁ ଲକ୍ଷ୍ୟ
ରଖିଛନ୍ତି। ପ୍ରତି ୫ଟି କମ୍ପାନୀ ମଧ୍ୟରୁ ଜଣେ
୧୦୦୦ରୁ ଅଧିକ ନୂଆ ଚାକିରି ସୃଷ୍ଟି
କରିବେ ବୋଲି ଆଶା କରାଯାଉଛି।
ସେହିଭଳି ପ୍ରାୟ ୬୯% କମ୍ପାନୀ ଭାରତକୁ
ଏକ ଗ୍ଲୋବାଲ୍ ସପ୍ଲାଏ ଚେନ୍ ହବ୍ ଭାବେ
ଗଢ଼ିବା ପାଇଁ ଉତ୍ପାଦନ ବୃଦ୍ଧି କରିବାକୁ
ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା
ଭନ୍ ଡେର୍ ଲେୟେନ୍ ଏହି ଚୁକ୍ତିକୁ “ସମସ୍ତ
ବାଣିଜ୍ୟ ଚୁକ୍ତିର ଜନନୀ” ବୋଲି ଅଭିହିତ
କରିଛନ୍ତି। ଏହି ଚୁକ୍ତି ଦ୍ୱାରା ପ୍ରାୟ ୨୦୦
କୋଟି ଜନସଂଖ୍ୟା ବିଶିଷ୍ଟ ଏକ ବିଶାଳ
ବଜାର ପାଇଁ ବାଣିଜ୍ୟିକ ବାଟ ଫିଟିଛି।
ପ୍ରାୟ ୨୬% କମ୍ପାନୀ ଆଗାମୀ ୫ ବର୍ଷରେ
ପ୍ରତ୍ୟେକ ୧୦୦ ମିଲିୟନ ୟୁରୋରୁ ଅଧିକ
ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ। ଅନ୍ୟ
୨୫% କମ୍ପାନୀ ୨୦ ରୁ ୧୦୦ ମିଲିୟନ
ୟୁରୋ ପର୍ଯ୍ୟନ୍ତ ପୁଞ୍ଜି ଖଟାଇବେ। ବିଶେଷ
କରି ଅଟୋମୋଟିଭ୍‌, ଶକ୍ତି, ଡିଜିଟାଲ୍ ଏବଂ
ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଏହି ନିବେଶ
ଅଧିକ ହେବ। ସକାରାତ୍ମକ ଦିଗ ସତ୍ତ୍ୱେ,
୭୧% କମ୍ପାନୀ ନିୟାମକ ଅନୁମୋଦନ
ଏବଂ ପାଳନ ପ୍ରକ୍ରିୟାକୁ ଏକ ବଡ଼ ସମସ୍ୟା
ଭାବେ ଦର୍ଶାଇଛନ୍ତି। ଏହା ସହିତ ଆମଦାନୀ
ଶୁଳ୍କ ଏବଂ କର ନୀତିରେ ଅନିଶ୍ଚିତତାକୁ
ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି।

error: Content is protected !!