March 23, 2026

Now Odisha

Now Odisha

ସରକାରୀ ଚାକିରିରେ ତୃତୀୟଲିଙ୍ଗଙ୍କୁ ସଂରକ୍ଷଣ ଦିଆଯାଉ |

Spread the love

ଭୁବନେଶ୍ୱର, ସରକାରୀ ଚାକିରି ଆବେଦନରେ
ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ
ସୁପାରିସ କଲେ ଓଏଚ୍‌ଆରସି (ଓଡ଼ିଶା ମାନବ ଅଧିକାର
ଆୟୋଗ)। ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡରଙ୍କୁ ସମାନ
ସୁଯୋଗ ପାଇଁ ଓଏଚ୍‌ଆରସିଙ୍କ ସୁପାରିସ୍‌। ଜଣେ ତୃତୀୟ
ଲିଙ୍ଗୀଙ୍କ ଆବେଦନ ଆଧାରରେ ଓଡ଼ିଶା ମାନବ ଅଧିକାର
ଆୟୋଗ କହିଛନ୍ତି। ଯେତେବେଳେ ସରକାରୀ ଚାକିରି
ଆବେଦନ କରାଯିବ ସେତେବେଳେ ତୃତୀୟ ଲିଙ୍ଗ ବା
ଟ୍ରାନ୍ସଜେଣ୍ଡର ରଖିବାକୁ କହିଛନ୍ତି। ଟ୍ରାନ୍ସଜେଣ୍ଡରଙ୍କୁ ଏକ
ଲିଙ୍ଗ ବିକଳ୍ପ ଭାବରେ ବିଚାର କରିବାକୁ ପରାମର୍ଶ
ଦେଇଛନ୍ତି। ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ କହିବା
ଅନୁସାରେ, ସେମାନଙ୍କ ପାଇଁ ଅନ୍ତତଃ ୧ ପ୍ରତିଶତ
ହୋରାଇଜଣ୍ଟାଲ ସଂରକ୍ଷଣ କରାଯାଉ। ସବୁ ନିଯୁକ୍ତି
ବୋର୍ଡ, ଓପିଏସ୍‌ସି ସମେତ ଅନ୍ୟାନ୍ୟ ସଂସ୍ଥାକୁ ନିର୍ଦ୍ଦେଶ
ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି।

error: Content is protected !!