ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ


ବିଜେ କପିଳାସ ପୁଣ୍ୟ ପୀଠ ଢେଙ୍କାନାଳ ଖ୍ରୀ 1246 ମସିହା ଏପ୍ରିଲ 30 ତାରିଖ, ବୈଶାଖ ଶୁକ୍ଳ ତ୍ରୟୋଦଶୀ ସୋମବାର ଦିନ ଏହି ମନ୍ଦିରର ପ୍ରତିଷ୍ଠା ଦିବସ l ଗଜପତି ପ୍ରଥମ ନରସିଂହ ଦେବଙ୍କ ବିଶ୍ୱ ପ୍ରସିଦ୍ଧ କୋଣାର୍କ, ନୃସିଂହନାଥ ସୀମାଞ୍ଚଳ, କ୍ଷୀରଚୋରା ଗୋପୀନାଥ ଓ ଶ୍ରୀ ଚନ୍ଦ୍ରଶେଖର ଜୀଉ କପିଳାସ ଯାବତ ସୂର୍ଯ୍ୟ ଚନ୍ଦ୍ରାର୍କେ ଅକ୍ଷୟ କୀର୍ତ୍ତି lକପିଳାସ ବିଶିଷ୍ଟ ଟୀକାକାର ଶଙ୍କରାଚାର୍ଯ୍ୟ ଶ୍ରୀଧର ସ୍ୱାମୀ ଙ୍କର ସାଧନା ପୀଠ l ଏଠାରେ ଥିବା ବ୍ରହ୍ମଚାରୀ ମଠରେ ସେ ଅବସ୍ଥାନ କରି ଶ୍ରୀମଦ ଭାଗବତ, ବିଷ୍ଣୁ ପୁରାଣ, ଗୀତା, ପ୍ରଭୃତି ଗ୍ରନ୍ଥର ଟୀକା ରଚନା କରିଥିଲେ lବାର ବାଙ୍କରେ କପିଳାସ l ଅର୍ଥାତ ଉପରକୁ ଯିବାକୁ ସଡ଼କ ପଥରେ 12 ବାଙ୍କ ପଡିବ l ଏହି ଘାଟି ରାସ୍ତାର ଦୈର୍ଘ୍ୟ 6.5 କିମି l ନିର୍ମାଣ ଖ୍ରୀ 1206 l ପାହାଚ ଦେଇ ଗଲେ 1352 ପାହାଚ l ନିର୍ମାଣ ଖ୍ରୀ 1954 ରୁ 1961 lମୁଖ୍ୟ ମନ୍ଦିର ଉଚ୍ଚତା 64 ଫୁଟ l ମନ୍ଦିର ବାହାର କାନ୍ଥର 36 ଫୁଟ ଉଚ୍ଚରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ପ୍ରସ୍ତର ବିଗ୍ରହ ନିର୍ମିତ, ଯାହା ଅନ୍ୟତ୍ର ଦେଖିବାକୁ ମିଳେନାହିଁ lଗର୍ଭଗୃହରେ ଶିଵ ଶକ୍ତିଙ୍କ ସହିତ ଏକ ସୁବୃହତ ଶାଳଗ୍ରାମ ଶିଳା ପୂଜିତ l ନିର୍ଦ୍ଦିଷ୍ଟ ବୈଷ୍ଣବ ପୂଜା ପାର୍ବଣରେ ତୁଳସୀ ଲାଗି କରାଯାଏ lତେଣୁ ଏହି କପିଳାସ ପୁଣ୍ୟପୀଠ ହରିହର ଏକାତ୍ମତାର ବାର୍ତ୍ତା ଦେଉଛି lଜୟ ଶ୍ରୀ ଚନ୍ଦ୍ରଶେଖର ଜୀଉ, ବିଜେ କପିଳାସ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l🙏


error: Content is protected !!