March 11, 2026

Now Odisha

Now Odisha

ପର୍ଯ୍ୟଟକଙ୍କୁ କାଜୁ ପ୍ୟାକେଟରେ ନକୁଳ ଦାନା ବିକ୍ରି

Spread the love


କୋଣାର୍କ: ଦୀର୍ଘ
ବର୍ଷ ହେଲା ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ
କାଜୁ ପ୍ୟାକେଟ କିଣି ଠକାମୀର ଶୀକାର
ହେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବା
ପର୍ଯ୍ୟଟକ ମାନେ ପୋଲିସ, ଖାଦ୍ୟ
ନିରୀକ୍ଷକ ଚୁପ୍ ହୋଇ ବସି ରହିଛନ୍ତି।
କାଜୁ ପ୍ୟାକେଟରେ ନକୁଳ ଦାନା ଓ
ନିମ୍ନମାନର କାଜୁ ବିକ୍ରି ହେଉଥିବା
ଅଭିଯୋଗ ହୋଇ ଆସୁଛି। ଚଢା
ଦରରେ ବିକ୍ରୀ କରି ମାଲା ମାଲ
ହେଉଛନ୍ତି ଅସାଧୁ ବ୍ୟବସାୟୀ ମାନେ।
ଅସାଧୁ ବ୍ୟବସାୟୀ ମାନେ ବୁଧବାର
ମହାରାଷ୍ଟ୍ରର ପର୍ଯ୍ୟଟକମାନେ ଠକାମିର
ଶୀକର ହୋଇଥିବା ଅଭିଯୋଗ
କରିଛନ୍ତି। ଅସାଧୁ ବ୍ୟବସାୟୀମାନେ
ସାଇକେଲ ଓ ବାଇକରେ ଏହାକୁ ବିକ୍ରୀ
କରି ପଳାଉ ଛନ୍ତି। କୋଣାର୍କ ରିଙ୍ଗ୍‌
ରୋଡ ନିକଟରେ ବୁଲା ବେପାରୀ ମାନେ
ଲୋଭନୀୟ ଜରି ପ୍ୟାକେଟ ଭିତରେ
ନକୁଳ ଦାନା, ପୋକରା କାଜୁ ରଖି
କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି
କରିଛନ୍ତି। ଗୋଟିଏ ବସରେ
ମହାରାଷ୍ଟ୍ରରୁ ଆସିଥିବା ପ୍ରାୟ ୧୫ ଜଣ
ପର୍ଯ୍ୟଟକ ଏଭଳି ଠକାମିର ଶିକାର
ହୋଇଛନ୍ତି। ଉପରକୁ ଚକା ଚକ ଦେଖା
ଯାଉଥିବା ଲୋଭନୀୟ ପ୍ୟାକେଟ
ଖୋଲିବାରୁ ଭିତରେ ପୋକରା କାଜୁ ଓ
ନକୁଳ ଦାନା ରହିଥିବା ଦେଖିବାକୁ
ମିଳିଥିଲା। ଖାଦ୍ୟ ନିରୀକ୍ଷକ ଓ ପୁଲିସ
ପକ୍ଷରୁ ନାମକୁ ମାତ୍ର ବର୍ଷକରେ ଥରେ
ଦୁଇ ଥର ଯାଞ୍ଚ କରାଯାଉଛି। ହେଲେ
କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଗତ
୨୦୨୫ ଜାନୁୟାରୀ ୨୭ରେ ପୁରୀ
ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତ୍ୟୁଷ
ରଂଜନ ତାରେଣିଆଙ୍କ ନେତୃତ୍ୱରେ
ଭୁବନେଶ୍ୱରରୁ ଆସିଥିବା ମୋବାଇଲ
ଲାବୋରେଟୋରୀ ଟେଷ୍ଟିଂଗ ଭ୍ୟାନ ସହ
୪ଜଣିଆ ଟିମ କୋଣାର୍କ ଟୁରିଷ୍ଟ ମାର୍କେଟ
ସମେତ ବିଭିନ୍ନ ସ୍ଥାନରେ ପୋକରା ଓ
ନିମ୍ନମାନର କାଜୁ ବିକ୍ରି କରି ପର୍ଯ୍ୟଟକଙ୍କୁ
ଲୁଟ କରୁଥିବା ଅସାଧୁ ବ୍ୟବସାୟୀଙ୍କ
ଦୋକାନ ଉପରେ ଚଢାଉ କରିଥିଲେ।
କାଜୁ ଦୋକାନ ଗୁଡିକରୁ କାଜୁ ଓ
ରାମଦାନା ସଂଗ୍ରହ କରି ଭୁବନେଶ୍ୱର
ସ୍ଥିତ ମାନ ପରୀକ୍ଷା କେନ୍ଦ୍ରକୁ ପଠାଇ
ଥିଲେ। ବାସ ସେତିକିରେ ଚଢ଼ାଉ
ଶେଷ। ପରେ ଅବସ୍ଥା ଯାହାକୁ
ସେଇଆ। ଏହି ଚଢାଉ ଲୋକ
ଦେଖାଣିଆ ବୋଲି କୋଣାର୍କ ଅଞ୍ଚଳର
ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ
ହୋଇଛି। ତୁରନ୍ତ ଏଥିପ୍ରତି ପ୍ରଶାସନ
ଦୃଷ୍ଟି ଦେବାକୁ ଦାବି ହୋଇଛି।

error: Content is protected !!