ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର
ରାଜନଗର,:-ରାଜନଗର ବ୍ଲକ କଣ୍ଡିରା ପଚାଂୟତ
ମଧୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି
ବଖରା ଘର ପୋଡିଯାଇଛି । ଏହି ଗ୍ରାମର
ଗୋଲେଖ ଦାସ ଓ ମହାଦେବ ଦାସଙ୍କ
ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଜଳି ଯାଇଥିଲା ।
ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାରୁ
ଆସବାବପତ୍ର ଉଦ୍ଧାର କରିବା ସମ୍ଭବ
ହୋଇନଥିଲା । ଗାଁ ଲୋକେ ନିଆଁକୁ ଆୟତ
କରିବାକୁ ଉଦ୍ୟମ କରୁଥିବାବେଳେ
ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ
କରିଥିଲା । ଗୋଲେଖଙ୍କ ସ୍ତ୍ରୀ କୁମୁଦ ଦାସ
ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି ।
ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ବିପନ୍ନ
ପରିବାର ପଡୋଶୀ ଘରେ ଆଶ୍ରୟ
ନେଇଛନ୍ତି । ବିପନ୍ନ ପରିବାରକୁ ସରକାରୀ
ଓ ବେସରକାରୀସ୍ତରରୁ ସହାୟତା ଯୋଗାଇ
ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!