March 11, 2026

Now Odisha

Now Odisha

ଟ୍ରକ ଧକ୍କାରେ ଯୁବକ ମୃତ |

Spread the love

ଟ୍ରକ ଧକ୍କାରେ ଯୁବକ ମୃତ
ଭାପୁର, : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ
ପାଥପୁର ଗ୍ରାମର ଏକ ଯୁବକକୁ ଟ୍ରକ୍ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।
ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ୰ ପାଣୁ ସ୍ୱାଇଁଙ୍କ ପୁଅ ହୁଲାସ ସ୍ୱାଇଁ (୪୩)। ମିଳିଥିବା
ସୂଚନା ଅନୁଯାୟୀ ହୁଲାସ ବୁଧବାର ଦିନ ସକାଳ ୬.୩୦ ସମୟରେ କୌଣସି କାମ ସାରି
ଘରକୁ ଫେରୁଥିବା ବେଳେ ଉକ୍ତ ଟ୍ରକଟି ପାଥପୁର ଗ୍ରାମ ଭିତରେ ଯାଇ ତରବାଲୋ ଗ୍ରାମ
ଦେଇ ମାଲିକ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ଆରିକମା ପଞ୍ଚାୟତ ସହଜପୁରକୁ ଯାଉଥିବା ସମୟରେ ପାଥପୁର ଶ୍ମଶାନ ନିକଟରେ ଉକ୍ତ
ଯୁବକକୁ ଟ୍ରକ ନଂ (ଓଡ଼ି କ୍ଟ୪ ଡି ୯୯୦୮ ) ଧକ୍କା ଦେଇ ଦୃତଗତିରେ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ
ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସକ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ
ଫତେଗଡ଼ ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।
ମୃତ ଶରୀର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଫତେଗଡ଼ ଥାନା ଅଧିକାରୀ ଅଜୟ ସାହୁ
ସହଜପୁର ଗ୍ରାମରୁ ଉକ୍ତ ଟ୍ରକଟିକୁ ଆଣି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।ପରିବାର ଲୋକେ ଗ୍ରାମ ଶ୍ମଶାନରେ ଶବ ଦାହ
କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି ବୋଲି ପରିବାର ସୂତ୍ରରୁ ଖବର ମିଳିଛି। ଏହି ଖବରକୁ
ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମନରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଦିନକୁ ଦିନ ଭାପୁର ଅଞ୍ଚଳରେ
ଡ୍ରାଇଭରମାନଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହିପରି କ୍ଷତି ହେଉଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।

error: Content is protected !!