February 4, 2026

Now Odisha

Now Odisha

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ଟି ନୂତନ ଜାତୀୟ ଜଳପଥ କାର୍ଯ୍ୟକ୍ଷମ ହେବ: ମୁଖ୍ୟମନ୍ତ୍ରୀ

Spread the love

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି,ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି 2026-27 ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ଏକ ଅଭିବୃଦ୍ଧି ମୂଳକ ବଜେଟ୍।ସମାଜର ସବୁ ବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଯୁବ ଶକ୍ତିର ବିକାଶ ଉପରେ ସ୍ବତନ୍ତ୍ର ଫୋକସ୍ ରହିଛି। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ଏହା ହେଉଛି କ୍ରମାଗତ ନବମ ବଜେଟ୍। ଏଥିରେ ଅସ୍ପଷ୍ଟତା ବଦଳରେ ସ୍ପଷ୍ଟ କାର୍ଯ୍ୟନ୍ବୟନ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ସେମାନଙ୍କ ମଧ୍ୟରେ ବିଶ୍ବ ସ୍ତରରେ ପ୍ରତିଯୋଗିତା କରିବା ଭଳି ଦକ୍ଷତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଫଳରେ ଯୁବ ସମାଜ ଆତ୍ମ ବିଶ୍ବାସୀ ହେବା ସହିତ, ଦେଶର ବିକାଶ ପ୍ରତି ନିଜର ଅବଦାନ ରଖିପାରିବ। ଏହା ବାସ୍ତବରେ ଏକ ଯୁବଶକ୍ତି ବଜେଟ୍। ଦେଶର ଆର୍ଥିକ ଅଭିବୃଦ୍ଧିକୁ ଜାରି ରଖିବା ପାଇଁ ମୋଦୀ ସରକାର ତାଙ୍କ ଶାସନ କାଳ ସମୟରେ ବର୍ତ୍ତମାନ ସୁଦ୍ଧା ୩୫୦ଟି ଢାଞ୍ଚାଗତ ସଂସ୍କାର ଆଣିଛନ୍ତି, ଯାହାକି ସ୍ବାଧୀନ ଭାରତର ଅର୍ଥନୈତିକ ଇତିହାସରେ ଏକ ବିରଳ ଅଧ୍ୟାୟ। ଏହାଦ୍ବାରା ଆତ୍ମ ନିର୍ଭର ଭାରତ, ବିକଶିତ ଭାରତ ଗଠନ ଦିଗରେ ଆମର ଯେଉଁ ଲକ୍ଷ୍ୟ ରହିଛି, ତାହା ତ୍ବରାନ୍ବିତ ହୋଇଛି। 2026-27 କେନ୍ଦ୍ର ବଜେଟରେ ସାର୍ବଜନୀନ ପୁଞ୍ଜି ବ୍ୟୟ (CAPEX) ପାଇଁ 12.2 ଲକ୍ଷ କୋଟି ଟଙ୍କା ସହିତ ଭିତ୍ତିଭୂମି ବିକାଶ ପାଇଁ ଅଧିକ ଆବଣ୍ଟନ କରାଯାଇଛି । ଏହି କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଥିବାରୁ ଆମେ ଭାରତ ସରକାରଙ୍କ ନିକଟରେ କୃତଜ୍ଞ । ସେଥିମଧ୍ୟରୁ କେତେକ ପ୍ରମୁଖ ପଦକ୍ଷେପ ହେଉଛି:

error: Content is protected !!