ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା ଘର ଗ୍ରାମ ବିଲ ମଧ୍ୟରେ ଥିବା ଏକ ଛୋଟ ଗାଡ଼ିଆରୁ ରବିବାର ଅପରାହ୍ନରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ସ୍ବର୍ଗତ ଡମ୍ବରୁଧର ମୁଦି ଙ୍କବିବାହିତ ପୁଅ ଶିବ ମୁଦି ।
ସୂଚନା ଅନୁଯାୟୀ, ଶିବ ମୁଦି ଗାଁର ଦିବ୍ୟ ଲୋଚନ ମହାନ୍ତଙ୍କ ମାଟି ଇଟା ଗଢ଼ିବା ପାଇଁ ଗାଁର ଅନ୍ୟ ମିସ୍ତ୍ରୀଙ୍କ ସହ ଯାଇଥିଲେ। ରବିବାର୍ ଅପରାହ୍ନରେ ବିଲ ମଝିରେ ଥିବା ଏକ ଗାଡ଼ିଆକୁ ଶୌଚ ହେବା ପାଇଁ ଯାଇ ସେ ଆଉ ଫେରି ନଥିଲେ। ପରେ ତାଙ୍କର ସାଙ୍ଗ ଜଣେ ଆସି ଦେଖିଲାବେଳକୁ ଶିବଙ୍କ ଗୋଡ ପାଣିରେ ପଡ଼ିଥିବା ବେଳେ ଶରୀରର ଉପର ଭାଗ ଗାଡିଆର ଶୁଷ୍କ ଜମି ଉପରେ ପଡିଥିଲା ।
ଘଟଣା ସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ଓ ଘଟଗାଁ ଥାନା ପକ୍ଷରୁ ଥାନା ଅଧିକାରୀ ଶୁଭ୍ରାଂଶୁ କୁମାର ଜେନା ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏନେଇ ଘଟଗାଁ ଥାନାରେ ୭/୨୬ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ଥାନା ଅଧିକାରି କହିଛନ୍ତି ।

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”