February 4, 2026

Now Odisha

Now Odisha

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

Spread the love

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ ନେଇ ୱାର୍ଡବାସୀଙ୍କ ଯାତାୟାତରେ ସମସ୍ୟା ହେଉଛି। ଗତ କିଛିଦିନ ହେଲା ଏହି ୱାର୍ଡରେ ଆରଡବ୍ଲ୍ୟୁଏସ୍‌ଏସ ବିଭାଗ ପକ୍ଷରୁ ସଂଯୋଗ କରାଯାଇଥିବା ପାଣି ପାଇପ ଫାଟି ଯାଇଥିଲା।

ଏ ନେଇ ପଡ଼ାବାସୀ ଆରଡବ୍ଲ୍ୟୁଏସ୍‌ଏସ କାର୍ଯ୍ୟାଳୟ କେସିଙ୍ଗାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବିଭାଗୀୟ ଯନ୍ତ୍ରୀ ରବିବାର ପହଞ୍ଚି ତଦନ୍ତ କରିଥିଲେ। ସ୍ଥାନୀୟ ଠିକାଦାରଙ୍କୁ ଆଜି ସା ସୁଦ୍ଧା ମରାମତି କରିବା ପାଇଁ କହିଥିଲେ। ୱାର୍ଡବାସୀ ପ୍ରତ୍ୟେକ ନିତ୍ୟ ବ୍ୟବହାର ପାଣି ମୁଖ୍ୟ ଗଳିରେ ଛାଡୁ ଥିବାରୁ ରାସ୍ତାରେ ପାଣି ଜମି ଦୁର୍ଗନ୍ଧ ହେଉଛି।

ଏହିପରି ପ୍ରତ୍ୟେକ ଦିନ ଉଚ୍ଚ ଶିକ୍ଷତା ଓ ଭଦ୍ର ମହିଳାମାନେ ପଡାର ମୁଖ୍ୟ ରାସ୍ତାରେ ପାଣି ପକାଉଥିବାରୁ ପାଣି ଜମି ରହୁଛି ବୋଲି ଅଭିଯୋଗ ହୋଇଛି। ବୃଦ୍ଧା, ବୃଦ୍ଧ, ଯୁବତୀ, ଯୁବକ ଛାତ୍ରୀଛାତ୍ର ଯିବା ଆସିବା ବେଳେ ପାଣିରେ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି। ରାସ୍ତାକୁ ଜବରଦଖଲ କରି ଥିବାରୁ ଅଣଓସାରିଆ ହୋଇ ଯାନବାହନ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖା ଯାଉଛି। ଏହି ଖବର ସ୍ଥାନୀୟ କାଣ୍ଡେଲ ପଞ୍ଚାୟତ ସରପଞ୍ଚ, ପିଇଓ ଚିନ୍ମୟୀ ନାଏକ,ଏଡିଓ ଯାଜ୍ଞସେନୀ ସାହୁ ଜାଣିବା ପରେ ଉକ୍ତ ସ୍ତାନକୁ ଯାଇ ଲୋକଙ୍କୁ ବୁଝାଇ ଥିଲେ।

ମାତ୍ର ପଡ଼ାବାସୀ ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ। ଏହି ସବୁ ସମସ୍ୟାର ସମାଧାନ ପାଇଁ ଆରଡବ୍ଲ୍ୟୁଏସ୍‌ଏସ ଯନ୍ତ୍ରୀ ରବିବାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ। ରାସ୍ତାରେ ପକାଇଥିବା ମାଟିକୁ ତୁରନ୍ତ ଉଠାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାଣ୍ଡେଲ ଗ୍ରାମରେ ନିର୍ମାଣ ହୋଇଥିବା ଓଭର ହେଡ ପାଣି ଟାଙ୍କି ସହ ପାଇପ ଲାଇନ୍‌ ପଞ୍ଚାୟକୁ ହସ୍ତାନ୍ତର ହୋଇଛି ବୋଲି ଏସଡିଓ ଧର୍ମେନ୍ଦ୍ର ସେଠି କହିଛନ୍ତି ।

ଏ ନେଇ ସ୍ଥାନୀୟ ସରପଞ୍ଚ ପାର୍ବତୀ ଶର୍ମାଙ୍କୁ ପଚାରିବାରୁ ନିତ୍ୟବ୍ୟବହାର ପାଣି ମୁଖ୍ୟ ଗଳି ରାସ୍ତାରେ ଛାଡୁ ଥିବାରୁ ଏହି ସମସ୍ୟା ହେଉଛି। ପଡ଼ାବାସୀ ମୋତେ କେବେ ମଧ୍ୟ ଲିଖିତ ଅଭିଯୋଗ କରି ନାହାନ୍ତି ବୋଲି ପ୍ରକାଶ କରିଥିଲେ।

ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ ବିଭାଗର ଯନ୍ତ୍ରୀ ପ୍ରଭାସ କୁମାର ମାଝୀଙ୍କୁ ପଚାରିବାରୁ ଆଜି କିମ୍ବା କାଲି ସବୁ ସମାଧାନ ହେବ ବୋଲି କହିଛନ୍ତି।

error: Content is protected !!