ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପରଲୋକ ଗମନ କରିଛନ୍ତି। ଏହି ଖବର ଭଞ୍ଜନଗରରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଜଣାଶୁଣା ସ୍ବେଚ୍ଛାସେବୀ, ଏ କ୍ଲାସ୍ ଠିକାଦାର, ରାଜନେତା ଥିଲେ।
ଏଥିସହ କୁଲାଡ଼ ଉଚ୍ଚ ବିଦ୍ୟାଳୟର ସଭାପତି ଅନେକ ଥର ଥିଲେ।
ବିଧାୟକଙ୍କ ଭୁବନେଶ୍ୱର ବାସଭବନରେ ବହୁ ରାଜନେତା, ବିଶିଷ୍ଠ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ରାତିରେ ଶ୍ୟାମସୁନ୍ଦରଙ୍କ ମରଶରୀର ତାଙ୍କ ବାସଭବନ ତିଲିସିଙ୍ଗି ଗ୍ରାମରେ ପହଞ୍ଚିବା ପରେ ତାଙ୍କର ଅନ୍ତିମ ସତ୍କାର କରାଯିବା କାର୍ଯ୍ୟକ୍ରମ ରହିଛି।

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”