ମାସରେ ପୁଣି ବାତ୍ୟା ହେବାର ଆଶଙ୍କା ରହିଛି । ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ ମେ ମାସ ଦ୍ଵିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ଉପକୂଳ ବଙ୍ଗୋପମହାସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପେ ନେଇପାରେ । ପାଣିପାଗ ବିଶେଷଜ୍ଞ ମାନଙ୍କ ମତରେ ମେ ୧୨ ତାରିଖ ବେଳକୁ ତାମିଲନାଡୁ ନିକଟ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ.
ଏହା ଘନୀଭୂତ ହୋଇ ମେ ୧୩ ରୁ ମେ ୧୪ ତାରିଖ ମଧ୍ୟରେ ବାତ୍ୟାରେ ପରିଣତ ହୋଇପାରେ । ବନ୍ଧୁଗଣ ସବୁଠାରୁ ବଡ କଥା ଏହା ହେଉଛି ଯେ, ଏହି ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଛୁଇଁବାର ସମ୍ଭାବନା ରହିଛି ।
ଆଜିଆମେ ଆପଣ ମାନଙ୍କୁ ଏହି ବାତ୍ୟା ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଆସୁଥିବା ବାତ୍ୟାର ଆକଳନ ବିଶ୍ଵର କେତେକ ପ୍ରମୁଖ ବିଶେଷଜ୍ଞ ମାନେ କରିଛନ୍ତି । ଏହି ବାତ୍ୟା କେବଳ ଓଡିଶା ଓ ପଶ୍ଚିମବଙ୍ଗ ନୁହେଁ ବିହାର ଓ ଝାଡଖଣ୍ଡକୁ ମଧ୍ୟ ଛୁଇଁପାରେ ।
ବନ୍ଧୁଗଣ ଏହା ସହିତ ମେ ୯ ତାରିଖ ଆଡକୁ ଆଣ୍ଡାମାନ ନିକଟରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି । ଏହି ଘୂର୍ଣ୍ଣିବଳୟ ଘନିଭୂତ ହୋଇ ମିଆଁମାର ଆଡକୁ ଗତି କରିବ ବୋଲି କୁହାଯାଇଛି । ଆଗାମୀ ସପ୍ତାହରେ ସୃଷ୍ଟି ହେବାକୁ ଯାଉଥିବା ଏହି ଦୁଇ ଘୂର୍ଣିବଳୟ କିଭଳି ରୂପ ନେବ ଓ ଏହାର ପ୍ରଭାବ ଓଡିଶା ଉପରେ କିପରି ରହିବ ତାହା ବିଷୟରେ ବିଶେଷଜ୍ଞ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ କରିପାରି ନାହାନ୍ତି ।
ବନ୍ଧୁଗଣ ବିଶେଷଜ୍ଞ ମାନଙ୍କ ମତରେ ଚଳିତ ବର୍ଷ ଏପ୍ରିଲ ମାସରେ ବଙ୍ଗୋପ ସାଗରରେ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ନଥିଲା । ତେଣୁ ଏହି ବର୍ଷ ମେ ମାସରେ ଏହି ପରି କିଛି ହେବାର ଅଧିକ ସମ୍ଭାବନା ରହିଛି । ଗତବର୍ଷ ମେ ମାସରେ ଅମ୍ଫାନ ବାତ୍ୟା ଆସିଥିଲା ଓ ଏହା ପୂର୍ବରୁ ୨୦୧୯ରେ ଫନି ବାତ୍ୟା ଓଡିଶାରେ ଆସିଥିଲା ।
ଏହି ବାତ୍ୟାଟି ଓଡିଶାର ବହୁତ କ୍ଷୟକ୍ଷତି କରିଥିଲା । ତେଣୁ ବନ୍ଧୁଗଣ ଏହି ମାସର ଦ୍ଵିତୀୟ ସପ୍ତାହରେ ଆସୁଥିବା ବାତ୍ୟା ଓଡିଶାକୁ କେତେ ପ୍ରଭାବ ପଡିବ ତାହା ଲାଗି ଚିନ୍ତା ବିଶେଷଜ୍ଞ ମାନେ ଚିନ୍ତାରେ ଅଛନ୍ତି । ତେଣୁ ବନ୍ଧୁଗଣ ଏହି ମାସ ଦ୍ଵିତୀୟ ସପ୍ତାହରେ ଆସୁଥିବା ବାତ୍ୟା ପାଇଁ ଆମ ମାନଙ୍କୁ ସାବଧାନ ରହିବା ଉଚିତ ଓ ଅନ୍ୟ ମାନଙ୍କୁ ଏହା ବିଷୟରେ ସୂଚନା ଦେବା ଉଚିତ, ଧନ୍ୟବାଦ ।

More Stories
ଅବିଭାବକ ଙ୍କ ମତ ନ ନେଇ ମନ ମୁଖି ଭାବେ ବାତ୍ୟା ଆଶ୍ରୟ ସ୍ଥଳୀରେ ଶିକ୍ଷା ଦାନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ।
ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ l
ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ଥଳ ସଚେତନତା କାର୍ଯ୍ୟକ୍ରମ କୋଇଲି ଘୁଘର ଠାରେ ଅନୁଷ୍ଠିତ,