ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଗୋରୁ ମାଫିଆମାନେ ଫେରାର ହୋଇ ଯାଇଛନ୍ତି।ଅପରପକ୍ଷେ ଗୋରୁ ମାଫିଆଙ୍କୁ ଗୋଡାଇବା ସମୟରେ ସେହି ରାସ୍ତାରେ ସ୍କୁଟିରେ ଯାଉଥିବା ଦୁଇଜଣ ଗଞ୍ଜେଇ ବେପାରୀ ସେମାନଙ୍କୁ ଲୋକେ ଗୋଡାଉଛନ୍ତି ଭାବି ଭୟରେ ଦୃତ ଗତିରେ ସ୍କୁଟିରେ ଯାଉଥିଲେ।
ଏହି ସମୟରେ ସେମାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡିରେ ଥିବା ଜଣେ ମହିଳା ଓ ପୁରୁଷ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ। ଖବରପାଇ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଖୋଜୁଛି।
ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍କୁଟିରେ ଥିବା ଏକ ଅଖା ସେଠାରେ ପଡ଼ିଛି। ସେଥିରେ ଗଞ୍ଜେଇ ଥିବା ଲୋକେ ଆଶଙ୍କା କରୁଛନ୍ତି। ପୋଲିସ ତଦନ୍ତ ପରେ ପ୍ରକୃତ ରହସ୍ୟ ଲୋକ ଲୋଚନକୁ ଆସିବ।

More Stories
ଅବିଭାବକ ଙ୍କ ମତ ନ ନେଇ ମନ ମୁଖି ଭାବେ ବାତ୍ୟା ଆଶ୍ରୟ ସ୍ଥଳୀରେ ଶିକ୍ଷା ଦାନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ।
ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ l
ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ଥଳ ସଚେତନତା କାର୍ଯ୍ୟକ୍ରମ କୋଇଲି ଘୁଘର ଠାରେ ଅନୁଷ୍ଠିତ,