ଚୋରି କଲେ ଧରାପଡିଲେ ବନ୍ଧା ହୋଇ ଛେଚା ଖାଇଲେ ତିନି ଯୁବକ


ବାଲେଶ୍ଵର:(ଭଗବାନ ପଣ୍ଡା):- ଭୋଗରାଇଚୋରି କରିବା ଆଜି ତିନି ଯୁବକ ଙ୍କୁ ପଡିଛି ମହଙ୍ଗା, ଭୋଗରାଇ ବ୍ଲକ ଅନ୍ତର୍ଗତ ପସରବିନ୍ଧା ପଂଚାୟତ ର ସାନଆଉସା ଗ୍ରାମର ଲୋକେ ବିଳମ୍ବିତ ରାତିରେ ତିନି ଜଣ ଚୋର କୁ କାବୁ କରିଛନ୍ତି ଏବଂ ସେମାନଙ୍କୁ ଧରି ଦୌଡ଼ି ରେ ବାନ୍ଧି ରଖି ଭୋଗରାଇ ଥାନା କୁ ଖବର ଦେଇଛନ୍ତି, ସୂଚନା ମୁତାବକ ବିଳମ୍ବିତ ରାତିରେ ଏକ ମେସିନ ଚାଳିତ ରିକ୍ସା ସାନ ଆଉସା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଆଗରେ ଛିଡା ହେଇଥିବା ଏକ ମେସିନ ଚାଳିତ ରିକ୍ସାକୁ ତିନିଜଣ ଯୁବକ ଠେଲି ଠେଲି ନେଇଯାଉଥିବା ବେଳେ ଗ୍ରାମବାସୀ ଙ୍କ ହାବୁଡ଼ରେ ପଡ଼ିଯାଇଥିଲେ, ମାତ୍ର ସୁଯୋଗ ଦେଖି ଖସି ପଳାଉଥିବା ସମୟରେ ଗ୍ରାମବାସୀ ମାନେ ତିନି ଚୋର କୁ ଗୋଡ଼ାଇ ଗୋଡ଼ାଇ ଧରି, ଏକ ରଶି ରେ ବାନ୍ଧି ଛେଚା ଦେଇଥିଲେ ଏବଂ ପରବର୍ତୀ ସମୟ ରେ ଭୋଗରାଇ ଥାନା କୁ ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ଖବର ଦେଇଥିଲେ, ଉକ୍ତ ଚୋର ମାନଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି ଏବଂ ସେମାନେ ଆଖପାଖ ଅଂଚଳ ରେ ରହି ବିଭିନ୍ନ ସାମଗ୍ରୀ ଫେରି କରି ବିକନ୍ତି ।


error: Content is protected !!