ଖଇରା ବ୍ଲକ ଘେରିଲା ବିଜେପି


ବାଲେଶ୍ଵର:(ଭଗବାନ ପଣ୍ଡା):- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଠାରେ ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ ସରକାର ବିଭିନ୍ନ ଯୋଜନାର ଅନ୍ୟାୟ , ଦୁର୍ନିତି, ଭ୍ରଷ୍ଟାଚାର, କେନ୍ଦ୍ରୀୟ ତରଫରୁ ଖଇରା ବ୍ଲକ ସାମ୍ନା ରେ ରଣହୁଙ୍କାର ଦେଖାଇଛି ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଚାଲିଥିବା ଦୁର୍ନିତି ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପିସି କାରବାର ସହ ବିଭିନ୍ନ ସରକାରୀ ଯୋଜନା ବାଟମାରଣା ନେଇ ସାରା ରାଜ୍ୟରେ ବିଜେପି ଗଣ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଆଜି ଖଇରା ବ୍ଲକ ବିଜେପି ପକ୍ଷରୁ ବ୍ଲକ୍ ଘେରାଉ କରାଯିବା ସହ ଗଣ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ଓଖଇରା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା ,ଯୁବ ନେତା ଅଣୁ ମାଧବ ପଣ୍ଡା,ଯୁବ ନେତା ନୀଳ ମାଧବ ପଣ୍ଡା,ରାଜ୍ୟ କୋଷାଧ୍ୟକ୍ଷ ରାଜେଶ ମହାକୁଡ଼ ନେତୃତ୍ୱରେ ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି,ଖଇରା ବ୍ଲକ ରେ ଦୁର୍ନିତି, ଭ୍ରଷ୍ଟାଚାର ଓ ପିସି କାରବାର ପ୍ରଧାନ ମନ୍ତ୍ରୀ ଆବାସ ଭତା ପ୍ରଦାନ,ଖାଦ୍ୟ କଲ୍ୟାଣ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ରେ ଆଜି ଖଇରା ବ୍ଲକ ର 37 ଗୋଟି ପଞ୍ଚାୟତ ର ତୁଡିଗଢିଆ ମଣ୍ଡଳ ର ଗଣ୍ଡିବେଡ ଠାରେ ଏକ ବିଶାଳକାୟ ବାଇକି୍ ରାଲେ ଯୋଗେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ମାନେ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ସମ୍ମୁଖରେ ପହଞ୍ଚି ଥିଲେଏହି ଆୟୋଜିତ ସଭାରେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ, ଧାମ ନଗର ବିଧାୟକ ସୂର୍ଯ୍ୟ ବଶିଂ ସୋରଜ, ରାଜ୍ୟ ପ୍ରବ୍ୟକ୍ତା ଠାକୁର ରଞ୍ଜିତ ଦାସ ଜିଲ୍ଲା ସଭାପତି ଉମା କାନ୍ତ ମହାପାତ୍ର ,ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିସା ସାହୁ, ପୁର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା, ଯୁବନେତା ଅଣୁ ମାଧବ ପଣ୍ଡା,ଯୁବ ନେତା ନୀଳ ମାଧବ ପଣ୍ଡା,ରାଜ୍ୟ କୋଷାଧ୍ୟକ୍ଷ ରାଜେଶ ମହାକୁଡ଼, 5 ନମ୍ବର ଜୋନ୍ ର ମଣ୍ଡଳ ସଭାପତି ମହେଶ୍ୱର ନାଥ,ଡାଲଙ୍ଗ ସରପଞ୍ଚ ଅଜୟ କୁମାର ନାୟକ,ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ରୁ ନିର୍ବାଚିତ ପ୍ରତିନିଧି ଓ ବହୁ ବିଜେପି କର୍ମୀ ଓ ବିଜେପି ଯୁବ ମୋର୍ଚ୍ଚା ମାନେ ଉପସ୍ଥିତ ଥିଲେପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି।


error: Content is protected !!