March 22, 2026

Now Odisha

Now Odisha

ଅବିଭାବକ ଙ୍କ ମତ ନ ନେଇ ମନ ମୁଖି ଭାବେ ବାତ୍ୟା ଆଶ୍ରୟ ସ୍ଥଳୀରେ ଶିକ୍ଷା ଦାନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ।

Spread the love

ବାହାନଗା, ୩/୦୨/26 ବାହାନଗା ବ୍ଲକ ରେ ଥିବା ସାହାସପୁରା ଗ୍ରାମ ପଞ୍ଚାୟତ ଝାଡ଼ତା ଉ.ପ୍ରା ପ୍ରାଥମିକ ବିଦ୍ୟାଳୟ ଟି ଭଗ୍ନା ଅବସ୍ଥାରେ ରହିଅଛି। ଉକ୍ତ ବିଦ୍ୟାଳୟ ରେ ୧ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ବିଦ୍ୟା ଅଧ୍ୟୟନ କରୁଅଛନ୍ତି। ନୂତନ ବିଦ୍ୟାଳୟ ଗୃହ ପାଇଁ ପଞ୍ଚାୟତ ରାଜ ବିଭାଗ ରୁ ଅର୍ଥ ମଂଜୁର ହୋଇଥିବା ବେଳେ ଏହା କାର୍ଯ୍ୟ କ୍ଷମ ନ କରାଯାଇ କୁନି କୁନି ଛାତ୍ର ଛାତ୍ରୀଙ୍କ ଜୀବନ ଓ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିର୍ମଳା ସାହୁ। ସୂଚନା ମୁତାବକ ଉକ୍ତ ବହୁ ପୁରାତନ ହୋଇଥିବା ବେଳେ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଅଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଠି ଶିକ୍ଷା ଦାନ ବଦଳରେ ରାଜିନୀତି କୁ ଆପଣେଇ ଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିର୍ଦେଶ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ଏକ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ରେ ଖୋଲା ସ୍ଥାନ ରେ ଶିକ୍ଷା ଦାନ କରାଯାଉଥିବା ବେଳେ ଏହା କୁ ବିରୋଧ କରି ଅଭିଭାବକ ମାନେ ସୋମବାର ଗେଟ ରେ ତାଲା ପକାଇ ପ୍ରତିବାଦ କରିଥିଲେ। ଫଳରେ ଘଟଣା ସ୍ଥଳ କୁ ଶିକ୍ଷା ବିଭାଗ ର କୌଣସି ଅଧିକାରୀ ନ ଆସିଥିବା ବେଳେ ପୋଲିସ କୁ ପଠାଇ ଭୟଭୀତ କରାଇବା କୁ ଚେଷ୍ଟା କରିଥିଲେ। ଫଳରେ ଏହାକୁ ଅଭିଭାବକ ପ୍ରତିବାଦ କରିବାରୁ ଅଭିଭାବକଙ୍କ ର ନାବାଳିକା ଝିଅ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ଧମକ ଚମକ ଦେଇ ଥାନା ରେ ଅଭିଭାବକ ନାମରେ ମିଥ୍ୟା ଅଭିଯୋଗ ପ୍ରଧାନ ଶିକ୍ଷୟିତ୍ରୀ କରିଥିବା ଜଣା ପଡିଛି। ଆଜି ନାବାଳିକା ଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ନାମରେ ନାବାଳିକା ଙ୍କ ପିତା ଗୋପାଳପୁର ଥାନା ତଥା ବାଲେଶ୍ୱର ଏସପି ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଯଦି ଏହାକୁ ବିଧିବଦ୍ଧ ତଦନ୍ତ କରା ନଯାଏ ତେବେ ନିଜ ନାବାଳିକା ଝିଅ କୁ ନେଇ ନ୍ୟାୟ ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ କୁ ବିଭିନ୍ନ ବୁଦ୍ଧିଜୀବୀ ମହଲ ରେ ନିନ୍ଦା ପ୍ରକାଶ ପାଇଛି।

error: Content is protected !!