ଭୁବନେଶ୍ୱର, —= ଆଜି ମଧୁ ବାବୁଙ୍କ ତିରୋଧାନ ଦିବସରେ ଭୁବନେଶ୍ୱର ଓକିଲ ସଙ୍ଘ ପକ୍ଷରୁ ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ସଙ୍ଘର ସଭାପତି ଅଶୋକ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ଆତ୍ମପ୍ରକାଶ ମହାନ୍ତି, ସଙ୍ଘ ସମ୍ପାଦକ ସତ୍ୟ ରଞ୍ଜନ ସେନାପତି, ଯୁଗ୍ମ ସମ୍ପାଦକ ରଶ୍ମି ରଞ୍ଜନ ମହାନ୍ତି ଓ କର୍ମକର୍ତ୍ତାମାନେ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଭାରତ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ, ମଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା, ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ରେଳ ଗାଡି ଚଲାଇବା, ମଧୁ ବାବୁଙ୍କ ଜନ୍ମଦିନ ସରକାରୀ ଛୁଟି ଘୋଷଣା ଏବଂ ଓଡ଼ିଶାରେ ସବୁ କୋର୍ଟ ନିକଟ ରାସ୍ତାକୁ ମଧୁ ବାବୁଙ୍କ ନାମରେ ନାମକରଣ କରିବା ପାଇଁ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଲିଙ୍ଗରାଜ ସାହୁଙ୍କ ଆବାହକତ୍ୱରେ ପୂର୍ବରୁ ୨୪ଟି ରାଜ୍ୟରେ ଓଡ଼ିଆଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। କାର୍ଯକାରୀ କମିଟି ସଭ୍ୟ ଅକ୍ଷୟ କୁମାର ଦାସ, ଓଁ ତତ୍ବବିତ୍, ସୁବତ୍ର ସେନାପତି, ପୂର୍ବତନ ସମ୍ପାଦକ ରାଜକିଶୋର ଦାସ, ପୂର୍ବତନ ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ରାଜେନ୍ଦ୍ର କୁମାର ଦାସ, ସୁମନ ରାଉତରାୟ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ

More Stories
ପିକ୍ଅପ୍ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ
ନକଲି ଫେସ୍ବୁକ୍ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ
ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ