March 30, 2026

Now Odisha

Now Odisha

ଖୁବଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ୫ ତେଜସ |

Spread the love

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ପାଇଁ ପାଞ୍ଚଟି LCA Tejas Mk୧ଏ ଲଢ଼ୁଆ ବିମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ନେଇ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଗୁରୁବାର ଦିନ ସୂଚନା ପ୍ରଦାନ କରିଛି।

ତେବେ ଆମେରିକା-ଭିତ୍ତିକ GE Aerospace ରୁ ଇଞ୍ଜିନ ବିତରଣରେ ବିଳମ୍ବ ବିଷୟରେ ଚିନ୍ତାକୁ ଦୂର କରି ପରିସ୍ଥିତିରେ ଉନ୍ନତି ହେଉଥିବା ନେଇ ସୂଚନା ଦେଇଛି କମ୍ପାନୀ।ଏହି ପାଞ୍ଚଟି ବିମାନରେ ସମସ୍ତ ପ୍ରମୁଖ କ୍ଷମତା ରହିବା ସହ ଏହା ବାୟୁସେନା ର ପ୍ରତିଷ୍ଠିତ ମାନଦଣ୍ଡ ପୂରଣ କରିବାରେ ମଧ୍ୟ ସକ୍ଷମ ବୋଲି କୁହାଯାଇଛି। ଏଥିରେ ଉନ୍ନତ ଏଭିଓନିକ୍ସ (ଇଲେକ୍ଟ୍ରୋନିକ୍ ସିଷ୍ଟମ), ରାଡାର, ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ଏବଂ ଉନ୍ନତ କାର୍ଯ୍ୟକ୍ଷମ କ୍ଷମତା ଅନ୍ତର୍ଭୁକ୍ତ କରାଯାଇଛି। ଯଥାଶୀଘ୍ର ଏଗୁଡ଼ିକ ବିତରଣ କରିବା ପାଇଁ କମ୍ପାନୀ ବାୟୁସେନା ସହିତ ଆଲୋଚନା କରୁଛି।ଚଳିତ ଆର୍ଥିକ ବର୍ଷରେ ପାଞ୍ଚଟି ବିମାନ ପ୍ରଦାନ କରାଯିବ ବୋଲି HAL ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଡିକେ ସୁନିଲ କହିଛନ୍ତି।

HAL ପୂର୍ବରୁ ନଅଟି ଅତିରିକ୍ତ Mk1A ବିମାନ ନିର୍ମାଣ କରି ଏଗୁଡ଼ିକୁ ପରୀକ୍ଷାମୂଳକ ଭାବରେ ଉଡ଼ାଣ କରିଛି। GE ରୁ ଇଞ୍ଜିନ ପାଇବା ମାତ୍ରେ ଏହି ବିମାନଗୁଡ଼ିକ ଡେଲିଭରି ପାଇଁ ପ୍ରସ୍ତୁତ ହୋଇଯିବ ଓ ଆଜି ପର୍ଯ୍ୟନ୍ତ କମ୍ପାନୀ GE ରୁ ପାଞ୍ଚଟି ଇଞ୍ଜିନ ପାଇଛି। ଭବିଷ୍ୟତରେ ଇଞ୍ଜିନ ଡେଲିଭରି କମ୍ପାନୀର ଉତ୍ପାଦନ ଏବଂ ଡେଲିଭରି ଯୋଜନା ସହିତ ସମାନ ରହିବା ସହ କମ୍ପାନୀ ନିଶ୍ଚିତ କରିଛି ଯେ ସମସ୍ତ ଡିଜାଇନ୍ ଏବଂ ବିକାଶ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ଉନ୍ନତ ଇଞ୍ଜିନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବ ଏବଂ ବାୟୁସେନାର ଶକ୍ତିକୁ ବୃଦ୍ଧି କରିବ।

ତେବେ LCA Tejas Mk1A ହେଉଛି ମୂଳ Tejas ର ଏକ ଉନ୍ନତ ସଂସ୍କରଣ। ଏହା ପୁରୁଣା ଲଢ଼ୁଆ ବିମାନ (ଯେପରିକି MiG-୨୧) କୁ ବଦଳାଇବା ପାଇଁ ଭାରତୀୟ ବାୟୁସେନାର ଯୋଜନାର ଏକ ପ୍ରମୁଖ ଅଂଶ ଥିଲା। ଏହାର ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଉନ୍ନତ ରାଡାର ଏବଂ ସେନ୍ସର, ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ସୁରକ୍ଷା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି।

error: Content is protected !!