March 12, 2026

Now Odisha

Now Odisha

ମଝି ସମୁଦ୍ରରେ ଓଡ଼ିଆ ଯୁବକ ନିଖୋଜ ଘଟଣା, କେନ୍ଦ୍ରର ୪ ବିଭାଗକୁ ରାଜ୍ୟ ସରକାରଙ୍କ ଚିଠି |

Spread the love

ଭୁବନେଶ୍ବର: ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ ଦ୍ୱାରା କ୍ୟାଡେଟ୍ ଭାବରେ ନିଯୁକ୍ତି ପାଇଥିବା ସାର୍ଥକ ଫେବୃଆରୀ ୩ ତାରିଖରୁ ନିଖୋଜ ଥିବା ନେଇ ସୋସିଆଲ ମିଡିଆରେ ଏବଂ ପରିବାର ତରଫରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଏହି ଘଟଣାରେ କେନ୍ଦ୍ରର ୪ ବିଭାଗକୁ ରାଜ୍ୟ ସରକାର ଚିଠି କରିଛନ୍ତି। ପୋର୍ଟ, ସିପିଂ ଏବଂ ୱାଟରୱେ ବିଭାଗ ସହ କେନ୍ଦ୍ର ଗୃହ ବିଭାଗକୁ ମଧ୍ୟ ରାଜ୍ୟ ସରକାର ଚିଠି କରିଥିବା ଜଣାପଡିଛି।ତେବେ ଶେଷ ଥର ପାଇଁ ତାଙ୍କୁ EA ଜର୍ସୀରେ ପ୍ରାୟ ସକାଳ ୬:୧୫ ସମୟରେ ଦେଖାଯାଇଥିଲା ଓ ସେହି ସମୟରେ ସେ ତାଙ୍କ କେବିନ୍ ରେ ପ୍ରବେଶ କରିଥିଲେ। ତେବେ ନିୟମିତ ଯାଞ୍ଚ ସମୟରେ ସେ ଉପସ୍ଥିତ ନହେବାରୁ ଜାହାଜର ଗତି ଧୀର ହୋଇଯାଇଥିଲା ଓ ଆଲାର୍ମ ବାଜିଥିଲା ଏବଂ ତୁରନ୍ତ ଜାହାଜରେ ସନ୍ଧାନ ଆରମ୍ଭ କରାଯାଇଥିଲା। କ୍ରୁ ସଦସ୍ୟମାନେ ଜାହାଜର ପ୍ରତ୍ୟେକ ଜାଗା ଖୋଜିଥିଲେ କିନ୍ତୁ ସାର୍ଥକଙ୍କୁ କେହି ପାଇନଥିଲେ । ଏହାପରେ ଜାହାଜ କର୍ତ୍ତୃପକ୍ଷ ତୁରନ୍ତ ଓଡ଼ିଶାରେ ଥିବା ତାଙ୍କ ପରିବାରକୁ ଜଣାଇଥିଲେ। ଏଥିସହିତ ମରିସସର ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ରକୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ।

ଏହି ଘଟଣା ପରେ ତାଙ୍କ ପିତାମାତା ଭାରତ ସରକାର, ବୈଦେଶିକ ମନ୍ତ୍ରଣାଳୟ ଏବଂ ଜାହାଜ ଚଳାଚଳ ମହା ନିର୍ଦ୍ଦେଶାଳୟରୁ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସହାୟତା ଲୋଡିଛନ୍ତି।

‘ସାର୍ଥକ ଯେଉଁ ଜାହାଜରେ କାର୍ଯ୍ୟରତ ଥିଲେ ତାହା ଚୀନରୁ ପଶ୍ଚିମ ଆଫ୍ରିକାକୁ ଯାଉଥିଲା। ଜାହାଜଟି ସିଙ୍ଗାପୁର ନିକଟରେ ଥିବା ସମୟରେ ସେ ସୋମବାର ତାଙ୍କ ମା ଏବଂ ତାଙ୍କ ବନ୍ଧୁମାନଙ୍କ ସହ କଥା ହୋଇଥିଲେ। ତେବେ ‘ପୁଅକୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଓଡ଼ିଶା ଫେରାଇ ଆଣିବା ପାଇଁ ଆମେ ଓଡ଼ିଶା ସରକାର ଏବଂ ଡିଜିସିଏକୁ ଅନୁରୋଧ କରି ଇମେଲ୍ ଲେଖିଥିବା ନେଇ’ ତାଙ୍କ ମାଆ ରଶ୍ମିତା ମହାପାତ୍ର ସୂଚନା ଦେଇଛନ୍ତି।

error: Content is protected !!