ମୁମ୍ୱାଇ : ରିୟା ଚକ୍ରବର୍ତ୍ତୀ ୭ ବର୍ଷ ପରେ ନେଟଫ୍ଲିକ୍ସର ଶୋ ଫ୍ୟାମିଲ ବିଜନେସ୍ରେ ଆକ୍ଟିଂକୁ ଫେରୁଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ଓ କେସ୍ ପରେ ଏବେ ରିୟା ପୁଣି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ରିୟା ତାଙ୍କର ଏହି କମବ୍ୟାକରେ ଖୁବ୍ ଖୁସି ଏବଂ ଏବେ ୭ବର୍ଷ ପରେ ସେଟ୍କୁ ଫେରିବା ପରେ ରିୟା ଖୁବ୍ ଖୁସି ଏବଂ ସେ ପ୍ରଶଂସକଙ୍କ ସହ ଏକ ଇମୋସନାଲ ମେସେଜ୍ ସେୟାର କରିଛନ୍ତି।ରିୟା ଭିଡ଼ିଓ ସେୟାର କରି ତାଙ୍କର ଏକ୍ସାଇଟମେଣ୍ଟକୁ ସେୟାର କରି କହିଛନ୍ତି – ୭ ବର୍ଷ , ଏହା ପ୍ରକୃତରେ ଖୁବ୍ ଅଜବ ଫିଲିଂ। ମୁଁ କେବେ ଭାବି ନଥିଲି ଆଉ ଥରେ ଆକ୍ଟିଂ କରିବି। ଏହା ସ୍ୱପ୍ନ ପରି ଲାଗୁଛି ,ନୁହେଁ କି ? ଏହା ମୋର ସ୍ୱପ୍ନ ଥିଲା ଯେବେ ମୁଁ ୧୭ ବର୍ଷର ହୋଇଥିଲି ଏବଂ ପୁଣି ସେସବୁ ହେଲା ଏବଂ ମୋତେ କାମ ମିଳିବା ବନ୍ଦ ହୋଇ ଗଲା ଏବଂ ପୁଣି ମୁଁ ମୋ ସ୍ୱପ୍ନକୁ ଜିଇଁବା ବନ୍ଦ କରିଦେଲି ଏବଂ ଏବେ ଫେରିଛୁ, କିନ୍ତୁ ଅନେକ କିଛି ବଦଳି ଯାଇଛି, କାରଣ ଏବେ ଆପଣଙ୍କର ଅଲଗା କ୍ୟାରିୟର ଏବଂ ଏବେ ଏହା ଆପଣଙ୍କ ପାଇଁ ସେତେ ଅର୍ଥପୂର୍ଣ୍ଣ ନୁହେଁ ଯେ, ଯେତେ ପୂର୍ବରୁ ଥିଲା , କିନ୍ତୁ କେଉଁଠି ନା କେଉଁଠି ଏହା ଏବେ ବି ତାଠାରୁ ଅଧିକ , ଯାହା କେବେ ଥିଲା।
ଭିଡ଼ିଓ ସେୟାର କରି ରିୟା ଲେଖିଛନ୍ତି – ୭ ବର୍ଷ ହୋଇଗଲା ଯେବେ ମୁଁ ଲାଷ୍ଟ ସେଟ୍କୁ ଯାଇ ଥିଲି …କିନ୍ତୁ ମୁଁ ସେହି ଝିଅ ,ଯିଏ ୧୭ ବର୍ଷ ବୟସରେ ବମ୍ୱେ ଆସି ଥିଲା ଅଭିନେତ୍ରୀ ହେବା ପାଇଁ। ମୋର ଗୋଟିଏ ଭାଗ ମୁଭ ଅନ୍ କରିଯାଇଛି ,କିନ୍ତୁ ମୋର ଗୋଟିଏ ଭାଗ ଏବେ ବି ରହିଛି ଏବଂ ଅପେକ୍ଷା କରୁଛି। ଏବେ ମୁଁ ଏଠାରେ ଅଛି ନିଜର ଚ୍ୟାପ୍ଟର-୨ରେ। ଏହା ଜୀବନ ଯିଏ ଆପଣଙ୍କୁ କିଛି ଦେଇଥାଏ ,ଯେତେବେଳେ କି ଆପଣଙ୍କର ପ୍ଲାନ ଆଉ କିଛି ଥାଏ।
ରିୟାଙ୍କ ଉକ୍ତ ପୋଷ୍ଟରେ ପ୍ରଶଂସକମାନେ ଅନେକ କମେଣ୍ଟ କରୁଛନ୍ତି। ଜଣେ ଲେଖିଛନ୍ତି, ଆପଣ ଏସବୁ ଡିଜର୍ଭ କରନ୍ତି। ଆଉ ଜଣେ ଲେଖିଛନ୍ତି , ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ରିୟା … ସୁପର ହ୍ୟାପି ଓ ଆପଣଙ୍କ ପାଇଁ ଖୁବ୍ ଏକ୍ସାଇଟେଡ୍।ଅଭିନେତ୍ରୀ ରିୟାଙ୍କ ବିଷୟରେ ଯଦି କହିବା ,ସେ ନିଜର କ୍ୟାରିୟର ଜଣେ ଭିଡ଼ିଓ ଜକି ଭାବେ ଆରମ୍ଭ କରିଥିଲେ। ଏହାପରେ ସେ ତେଲୁଗୁ ଫିଲ୍ମ ତୁନିଗା -ତୁନିଗାରେ କାମ କରିଥିଲେ। ଏହାପରେ ସେ ମେରେ ଡ୍ୟାଡ୍ କି ମାରୁତି, ସୋନାଲି କେବଲ, ବ୍ୟାଙ୍କ ଚୋର ଓ ହାଫ୍ ଗର୍ଲଫ୍ରେଣ୍ଡରେ କାମ କରିଥିଲେ, କିନ୍ତୁ ଜଲେବି ଫିଲ୍ମରେ ସେ ଅଧିକ ପରିଚୟ ପାଇଲେ। ତାଙ୍କର ଶେଷ ଫିଲ୍ମ ‘ଚେହେରେ’ ଥିଲା, ଯାହାକି ୧୦୧୯ରେ ରିଲିଜ ହୋଇଥିଲା।
କହି ରଖୁଛୁ କି , ୨୦୨୦ ମସିହାରେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏନସିବି ରିୟାଙ୍କୁ କଷ୍ଟଡିକୁ ନେଇ ଥିଲା। ହେଲେ ପରେ ସେ ବେଲରେ ମୁକ୍ତ ହୋଇଥିଲେ।

More Stories
ରବିବାର ଦିଲ୍ଲୀର ପିରାଗଢ଼ୀ ଫ୍ଲାଏଓଭରରେ ପାର୍କିଂ ହୋଇଥିବା ଏକ କାର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଆସନ୍ତା ୧୨ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ଧର୍ମଘଟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଘୋଷଣା କରିଛି।
:ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି