ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ ଫଟୋ ସେୟାର କରି ନିଜର ପ୍ରେମ ସମ୍ପର୍କ ବିଷୟରେ ସୂଚନା ଦେବା ପରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।
ଏଲଭିଶ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ଯୁବତୀଙ୍କ ହାତ ଧରିଥିବା ନଜର ଆସୁଛନ୍ତି।ସେହି ଯୁବତୀଙ୍କ ହାତରେ ଏକ ବଡ଼ ହୀରା ମୁଦି ମଧ୍ୟ ରହିଛି। ଏହି ଫଟୋ ସହିତ ଏଲଭିଶ କ୍ୟାପସନରେ ଲେଖିଛନ୍ତି, ‘ଭଲପାଇବାକୁ ଆଉ ଏକ ସୁଯୋଗ ଦେଲି ଏବଂ ମୁଁ ମୋର ପ୍ରେମକୁ ପାଇଗଲି।’ଏଲଭିଶ ଏହି ପୋଷ୍ଟରେ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ଟ୍ୟାଗ୍ କରିଛନ୍ତି। ବିଶେଷ କଥା ହେଉଛି, ଜିଆ ମଧ୍ୟ ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମରେ ରି-ପୋଷ୍ଟ କରିଛନ୍ତି, ଯାହା ପରେ ଉଭୟଙ୍କ ନିର୍ବନ୍ଧ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି।
ଏହି ପୋଷ୍ଟକୁ ଦେଖି ଅନେକ ପ୍ରଶଂସକ ଶୁଭେଚ୍ଛା ଜଣାଉଥିବା ବେଳେ ଅନ୍ୟ କିଛି ୟୁଜର୍ସ ଏହାକୁ ଏକ ପ୍ରମୋସନାଲ୍ ଆକ୍ଟିଭିଟି ବୋଲି କହୁଛନ୍ତି। ପୂର୍ବରୁ ଏଲଭିଶଙ୍କ ନାମ ଜନ୍ନତ ଜୁବେରଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା, କିନ୍ତୁ ପରେ ତାହା ଏକ ମ୍ୟୁଜିକ ଭିଡିଓର ପ୍ରମୋସନ ବୋଲି ଜଣାପଡ଼ିଥିଲା। ସେହିପରି କିଛି ଦିନ ପୂର୍ବରୁ ଜିଆ ଶଙ୍କର ଏବଂ ଅଭିଷେକ ମଲ୍ଲାନଙ୍କ ନିର୍ବନ୍ଧ ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା, ଯାହାକୁ ଅଭିଷେକ ଖଣ୍ଡନ କରିଥିଲେ।
ସୂଚନାଯୋଗ୍ୟ ଯେ, ଏଲଭିଶ ଯାଦବ ଏବଂ ଜିଆ ଶଙ୍କରଙ୍କୁ ‘ବିଗ୍ ବସ୍ OTT ୨’ରେ ଏକାଠି ଦେଖିବାକୁ ମିଳିଥିଲା। ଏଲଭିଶ ଏହି ସୋ’ର ବିଜେତା ହୋଇଥିବା ବେଳେ ଜିଆ ଶୀଘ୍ର ଏଭିକ୍ଟ ହୋଇଯାଇଥିଲେ। ବର୍ତ୍ତମାନ ଏଲଭିଶ ‘ଲାଫ୍ଟର ସେଫ୍ ସିଜନ ୩’ରେ ନଜର ଆସୁଛନ୍ତି, ଯେଉଁଠାରେ ସେ ପୂର୍ବରୁ ଇଶା ମାଲଭିୟାଙ୍କ ସହ ପାର୍ଟନର ଥିଲେ ଏବଂ ଏବେ କରଣ କୁନ୍ଦ୍ରାଙ୍କ ସହ ନଜର ଆସୁଛନ୍ତି।

More Stories
ପ୍ରୋଗ୍ରେସିଭ୍ କ୍ଲବ କ୍ରିକେଟ୍ ମାଇଦାନରେ ଭଙ୍ଗାରୁଜା, ଥାନାରେ ଏତଲା |
କର୍ଣ୍ଣାଟକର କାଙ୍କାନାଡ଼ି ସହରକୁ ଦାଦନ ଖଟିବାକୁ ଯାଇ ସୁନ୍ଦରଗଡ ଜର୍ମାଲର ଜଣେ ବ୍ୟକ୍ତି ମୃତ
ଧର୍ମଗଡ଼ ବୋଡ଼େନ ରାସ୍ତା ରେ ଏକ ଦୁଃଖ ଦାୟକ ଦୁର୍ଘଟଣା!!