February 9, 2026

Now Odisha

Now Odisha

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ|

Spread the love

ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ ଚାଷୀଙ୍କ ଉନ୍ନତି ଲାଗି ସରକାରଙ୍କ ମାଳମାଳ ଯୋଜନା ରହିଛି। ଯାହାକୁ ନେଇ ଗଞ୍ଜାମ ଓ ଗଜପତି ଜିଲାର ଚାଷ ଜମିକୁ ଜଳସେଚିତ କରିବା ସହ ବିଦ୍ୟୁତ୍‌ ଉତ୍ପାଦନ ଉଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଜପତି ଜିଲାର ଛେଳଗଡଠାରେ ବୃହତ୍ତ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ହେଲେ ବିସ୍ଥାପନ କ୍ଷତିପୂରଣ ପ୍ରଦାନରେ ଅବହେଳାକୁ ନେଇ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଗଜପତି ଜିଲାର ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଞ୍ଜାମ ଓ ଗଜପତି ଜିଲାର ୬୨୬୦ ଏକର ଜମି ଜଳସେଚିତ ହେବ। ହେଲେ ଜଳଭଣ୍ଡାରରେ ବୁଡିିବ ତିଳିଗାଁ, ବିଦ୍ୟାଧରପୁର, ସୁଗୁବା, କାକିଲି ଓ ଚଡିଆପଦା ଗାଁ। ହେଲେ ଏହି ୫ଟି ଗାଁର ବିସ୍ଥାପିତଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହିଁ। ସୁଗୁଗାଁର ୧୦୫ ପରିବାର, କାକିଲି ଗାଁର ୬୮ ପରିବାର, ତିଳିଗାଁର ୮୧ ପରିବାର, ଚଡିଆପଦା ଗାଁର ୭୨ ପରିବାର ଏବଂ ବିଦ୍ୟାଧରପୁର ଗାଁର ୫୨ ପରିବାରର ପାଇଁ ପ୍ରଶାସନ ଜମି ଚିହ୍ନଟ କରିଥିବା ବେଳେ ଆଜି ପର୍ୟ୍ୟନ୍ତ ଜମି ପଟ୍ଟା ସହ ଘର ନିର୍ମାଣ ହୋଇପାରି ନାହିଁ।

ଯାହାକୁ ନେଇ ବିସ୍ଥାପିତଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଯଦି ବୁଡି ଅଞ୍ଚଳବାସୀଙ୍କୁ ବୁଝାଇବାକୁ ୩ ଦଶନ୍ଧି ଲାଗିଲାଣି ତା ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଆଉ କେତେ ବର୍ଷ ଲାଗିବ ତାହା ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି ।

ଅନ୍ୟପକ୍ଷେ ଗଜପତି ଜିଲାର ଅଧିକାଂଶ ପାହାଡ଼ିଆ ଗାଁରେ ଭୂସ୍ଖଳନ ଭୟ ଲାଗି ରହିଛି ହେଲେ ବିସ୍ଥାପିତଙ୍କୁ ପାହାଡ଼ ଉପରେ ଜାଗା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ନୂତନ ଭାବେ ଗଜପତି ଜିଲାରେ ଦାୟିତ୍ୱ ନେଇଥିବା ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏହି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବା ନେଇ ଗଜପତି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

error: Content is protected !!