ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡିଯାଇଛି


କାମାକ୍ଷାନଗର: ୦୨-୧୨-୨୦୨୩ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମାକ୍ଷାନଗର ବ୍ଲକ,କନ୍ତିଓକାଟେଣୀ ଗ୍ରାମ ପଞ୍ଚାୟତର ସିଧାଶ୍ରମ ସାହିର ଦୁଇ ଭାଇ ପ୍ରଭାତ ବେହେରା, ପ୍ରଦୀପ ବେହେରା ଙ୍କର ଅଗ୍ନିକାଣ୍ଡ ରେ ଦୁଇ ବଖରା ଘର ପୁଡି ଥିବା ଖବର ଶୁଣି “ଯୁବଶକ୍ତି” ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ କିଛି ଶୁଖିଲା ଖାଦ୍ୟ ଅଟା, ବିସ୍କୁଟ, ବ୍ରେଡ଼ ପ୍ରଭୁତି ଦେଇଥିଲେ, ଉକ୍ତ ପରିବାର କୁ କୌଣସି ସରକାରୀ ସହାୟତା କିମ୍ବା ଜରି ପାଲ ମଧ୍ୟ ମିଳି ନଥିବା କହିଥିଲେ ତତ କ୍ଷଣତ ଏହି ବିଷୟରେ ଜାଣିବା ପାଇଁ ଯୁବଶକ୍ତି ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ଫୋନ ଯୋଗ କାମାକ୍ଷାନଗର ତହସିଲଦାର ପ୍ରିୟବ୍ରତ ଦାସ ଙ୍କ ସହିତ ଯୋଗାଯୋଗ କରି ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ, କାମାକ୍ଷାନଗର ତହସିଲଦାର ଆଜି ତାଙ୍କ କର୍ମଚାରୀ ଙ୍କୁ ପଠେଇ ସମସ୍ତ ପ୍ରକାର ସରକାରୀ ସହାୟତା ସହ ଜରି ପାଲ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।


error: Content is protected !!