ଟ୍ରିପଲ ମର୍ଡର


ନୃଶଂସ ହତ୍ୟାକାଣ୍ଡ, ମଦ୍ୟପାନ କରି ବାପା ନେଲା ପୁଅର ଜୀବନ ବାପାର ଚୁରା ମାଡ଼ ରେ ପଡୋଶୀ ମହିଳା ଙ୍କ ଗଲା ଜୀବନ ! ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଅଭିଯୁକ୍ତର ମୃତ୍ୟୁ !ହତ୍ୟାର ପ୍ରତିଶୋଧ ହତ୍ୟା ମୈଦାଲପୁରରେ ଟ୍ରିପଲ ମର୍ଡର ବାପା ଙ୍କ ଛୁରା ମାଡ଼ରେ ଦୁଇ ବର୍ଷ ର ପୁଅ ଓ ପଢ଼ଶୀ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି ଗ୍ରାମ ବାସୀ ଙ୍କ ଆକ୍ରମଣରେ ଅଭିଯୁକ୍ତ ର ମୃତ୍ୟୁ ଘଟିଛି । ପତି ପତ୍ନୀ ଙ୍କ ଘରକଳୀ କୁ କେନ୍ଦ୍ରକରି ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି !ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ଗୁଜମାପଦର ଗାଁରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ। ଘଟଣା ସ୍ଥଳରେ ହିଁ ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ହତ୍ୟାକାରୀ ଅଭିଯୁକ୍ତ ଙ୍କୁ ଗାଁ ଲୋକେ ମାଡ଼ ମାରିବା ପରେ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଅଭିଯୁକ୍ତ ଙ୍କ ମେଡିକାଲରେ ଚିକିତ୍ସାଦିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ମୈଦଲପୁର ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁର ଅଭିଯୁକ୍ତ ରାଧେ ସାନ୍ତା ଓ ସ୍ତ୍ରୀ ମାଲତ ସାନ୍ତା କୌଣସି କାରଣ କୁ ନେଇ ଦୁଇ ଜଣ ଙ୍କ ମଧ୍ୟ୍ୟରେ ଵଚସା ଗଣ୍ଡଗୋଳ କରୁଥିଲେ । ଅଭିଯୁକ୍ତ ମଦ୍ୟପାନ କରି ନିଶାଗ୍ରସ୍ତ ଥିଲେ । ଏହି ସମୟରେ ଅଭିଯୁକ୍ତ ରାଧେ ସାନ୍ତା ଉତ୍ତକ୍ତ ହୋଇ ଘରେ ବ୍ୟବହୃତ ଛୁରୀ(କଟୁରୀ) ସାହାଯ୍ୟରେ ପତ୍ନୀକୁ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ତ୍ରୀ ପ୍ରାଣ ବିକଳରେ ଦୁଇ ବର୍ଷ ର ପୁଅ ଵିବେ ସାନ୍ତା ଙ୍କୁ ଛାଡି ଘରୁ ବାହାରକୁ ପଲେଇଥିଲେ । ପରେ ଉତ୍ତକ୍ତ ଅବସ୍ଥାରେ ପୁଅ ବିବେ ସାନ୍ତା ଙ୍କୁ ଛୁରୀ (କଟୁରୀ) ରେ ଆକ୍ରମଣ କରିଥିଲେ । ପରେ ଏହା ଦେଖି ପଢ଼ଶୀ ବୃଦ୍ଧା ଜନାଏ ସାନ୍ତା ତାଙ୍କୁ ବିରୋଧ କରିବାରୁ ଜନାଏ ସାନ୍ତା ଙ୍କୁ ମଧ୍ଯ କଟୁରୀ ରେ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ଘଟଣା ସ୍ଥଳରେ ରେ ପୁଅ ଓ ପଡସୀ ଜନାଏ ସାନ୍ତା ଙ୍କ ମୃତ୍ୟୁ ହୋଇଥିଲା । ପରେ ଗାଁ ଲୋକେ ଅଭିଯୁକ୍ତ ଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଲହୁଲୁହାଣ ହୋଇ ଗୁରୁତର ହୋଇଥିଲେ। ଗାଁ ର ଦୁଇ ଜଣ ଲୋକେ ମଇଦଲପୁର ଥାନା କୁ ଯାଇ ଜଣାଇବାରୁ ମଇଦଲପୁର ପୋଲିସ୍ ଘଟଣା ସ୍ଥଳରେ ଆସି ଅଭିଯୁକ୍ତ ଙ୍କୁ ଗୁରୁତର ଅବସ୍ଥାରେ ପାପଡ଼ାହାଣ୍ଡି ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ରାଧେ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାକୁ ନେଇ ବୃଦ୍ଧା ଜନାଏ ଙ୍କ ପୁଅ ସିମାଞ୍ଚାଳ ସାନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲାକୁ ଭିତ୍ତିକରି ୧୫୪/୨୩ ରୁଜୁ କରି ତିନି ଜଣ ଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି SDPO ଆଦିତ୍ୟ ସେନ କହିଛନ୍ତି। ଏହି ସମୟରେ ମଇଦଲପୁର ଥାନା ଅଧିକାରୀ ବିପିନ କୁମାର କୁଲୁଦୀପ, ASI କମଲୋଚ ନାୟକ, ASI ଲୋକେଶ ଭୋଇ ଏବଂ ପାପଡ଼ାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନା, ଶିବିଜୀ ପଣ୍ଡା ଓ କର୍ମଚାରୀ ଉପସ୍ଥିତ ଥିଲେ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିପିକୀ ଟିମ ପହଞ୍ଚି ହତ୍ୟାକାଣ୍ଡ କୁ ନେଇକି ପୋଲିସ ତଦନ୍ତ ଆରମ୍ଭ କରିଛି !ନବରଙ୍ଗପୁର ଜିଲ୍ଲା ରୁ ନିର୍ମଳ ବିଷୋୟୀ


error: Content is protected !!