ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଛାତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।ଅନିତା ଗାଁ ନିକଟସ୍ଥ ଏକ କଲେଜରେ ପାଠ ପଢୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ କୌଣସି କାରଣରୁ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ଖାଇ ଦେଇଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଭଉଣୀ ଏସ.ବନିତା ଦୋରା ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଥାନା ଅପମୃତ୍ୟୁ ମାମଲା ନଂ.୪/୨୬ ଅନୁଯାୟୀ ଏଏସ୍ଆଇ ଦିଲ୍ଲୀପ ଗୋରଡ଼ା ମୃତଦେହ ଜବତ କରିଥିଲେ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ