ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୋଡ଼ ସ୍ଥିତ ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶମ୍ଭୁପ୍ରସାଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିବୁଧ ଗଡ଼ନାୟକ, ମୁଖ୍ୟବକ୍ତା ଭାବରେ ରେଭେନ୍ସା ବିଶ୍ଵବଦ୍ୟାଳୟର ସମ୍ବାଦ ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଡ. ଦେବୀ ଲାଲ ମିଶ୍ର, ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାର ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ଶ୍ରୀଯୁକ୍ତ ତତ୍ତ୍ଵମସି ମହାପାତ୍ର ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗଡ଼ନାୟକ ଶିକ୍ଷା ସମୃଦ୍ଧ ଭାରତ ଗଠନ ପାଇଁ ଏକ ମୁଖ୍ୟ ଉପାଦାନ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀଯୁକ୍ତ ତତ୍ଵମସି ମହାପାତ୍ର ମହାବିଦ୍ୟାଳୟର ଉତ୍ତମ ଶୈଖିକ ପରିବେଶ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁ ସହାୟକ ହୋଇଥାଏ ବୋଲି ନିଜର ବକ୍ତବ୍ୟରେ କହିଥିଲେ। ସଭାପତି ଡ. ପ୍ରଧାନ ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନରେ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ନିଜର ବକ୍ତବ୍ୟରେ କହିଥିଲେ। ମୁଖ୍ୟବକ୍ତା ଡ. ଦେବୀଲାଲ ମିଶ୍ର ଶିକ୍ଷା ଓ ପ୍ରତିଭା ମଣିଷକୁ ମାର୍ଜିତକରି ବିଶ୍ଵଦରବାରରେ ପରିଚିତ କରାଏ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ମହାବିଦ୍ୟାଳୟର ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। +୨ ସାଂସ୍କୃତିକ ବିଭାଗରେ ସୌମ୍ୟରଂଜନ ନାୟକ ଚମ୍ପିୟାନ ହୋଇଥିବା ବେଳେ +୩ ସାଂସ୍କୃତିକ ବିଭାଗରେ ସତଫା ବେହେରା ଚମ୍ପିୟାନ ହୋଇଥିଲେ। ପ୍ରାଧ୍ୟାପକ ଗୁରୁଚରଣ ରାଉତରାୟ ଓ ଅଧ୍ୟାପକ ଡ.ଦେବାନନ୍ଦ ଦାସ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବଳେ ଅଧ୍ୟାପକ ମନୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକ ଉତ୍ସବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଡ. ଦେବାନନ୍ଦ ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ‘ଆଶ୍ରୟ’ ନାଟକ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିଲା। ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ।

More Stories
୪୦୦ ଟଙ୍କା ପାଇଁ ବାପାକୁ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କଲା ପୁଅ |
ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ରେ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଦହିରେ ପୋକ
ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ |