ଭୁବନେଶ୍ବର: ଚଳିତ ମାସ ୧୨ରେ ଦେଶବ୍ୟାପୀ ଧର୍ମଘଟ (ଭାରତ ବନ୍ଦ) ଆହ୍ବାନ ଦେଇଛନ୍ତି ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ବାଧୀନ କର୍ମଚାରୀ ଫେଡେରେସନ ସଂଯୁକ୍ତ ମୋର୍ଚ୍ଚା। ଏହାକୁ ସଫଳ କରିବା ପାଇଁ ସିପିଆଇ ଭୁବନେଶ୍ୱର ଅଞ୍ଚଳ କମିଟି, ଏଆଇଟିୟୁସି ଓ ବିକେଏମ୍ୟୁ ପକ୍ଷରୁ ଶନିବାର ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା କରାଯାଇଛି। ସ୍କିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ଶ୍ରମିକଙ୍କୁ ମାସିକ ସର୍ବନିମ୍ନ ମଜୁରି ୨୬ ହଜାର ଟଙ୍କା ପ୍ରଦାନ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଭଗବତୀ ଭବନରୁ ବାହାରି ଥିବା ଶୋଭାଯାତ୍ରାରେ ରାଜମହଲ ଛକ ଓ ଅଶୋକନଗର ବସ୍ଷ୍ଟାଣ୍ଡଠାରେ ପଥପ୍ରାନ୍ତ ସଭା କରାଯାଇଥିଲା। ଏଆଇଟିୟୁସି ଜିଲା ସଭାପତି ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସିପିଆଇ ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ, ଭୁବନେଶ୍ୱର ଅଞ୍ଚଳ ସମ୍ପାଦକ କୈଳାସ ପୁହାଣ, ସହ ସମ୍ପାଦକ ବିଶ୍ୱଜିତ ନାୟକ, ଛେତମ୍ବର ଭୋଇ, ଅଭୟ ବାରିକ, କୁନା ଜାଲି, ବିଦ୍ୟୁତ୍ ଶାଖା ସମ୍ପାଦକ ପରମାନନ୍ଦ ବେହେରା ଓ ଉଗ୍ରସେନ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ