February 12, 2026

Now Odisha

Now Odisha

ଚଳନ୍ତା ବସରେ ଯୁବତୀକୁ ଅଶ୍ଳିଳ ଇଙ୍ଗିତଯୁବକଙ୍କୁ ମରଣାନ୍ତକ ଛୁରା ମାଡ଼..

Spread the love

ଘରୋଇ ଯାତ୍ରୀବାହି ଵସରେ ମଦ୍ୟପ ଯୁବକ ଉନ୍ମକ୍ତ କାଣ୍ଡ । ବସ୍ ରେ ଯାତ୍ରା କରୁଥିବା ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଏହାର ବିରୋଧ କରିବାରୁ ସହଯାତ୍ରୀ ଯୁବକଙ୍କୁ ଛୁରାରେ ଆକ୍ରମଣ କରି ଲହୁ ଲୁହାଣ କଲା ଦୁର୍ବୃତ୍ତ।

ଖୋର୍ଦ୍ଧା ବଲାଙ୍ଗୀର NH 57 ସାହାଜପାଲ ଠାରେ ବସ୍ ଭିତରେ ସହଯାତ୍ରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲା ଜନୈକ ମଦ୍ୟପ ଯୁବକ । ବସରେ ଯୁବତୀଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ଛୁରା ମାଡ ହୋଇଥିବା ବେଳେ ଯୁବକଙ୍କୁ ଗୁରୁତର ଭାବେ ବାଉଁଶୁଣି ମେଡିକାଲରେ ଭର୍ତ୍ତି କରାଯାଇଛି।
ଯୁବକଙ୍କ ମୁଁହ ଓ ବେକରେ ଛୁରା ମାଡ଼ ଜନିତ ଗଭୀର ଆଘାତ ଲାଗିଥିବା ସୂଚନା।

ଛୁରା ମାଡ କରିଥିବା ବ୍ୟକ୍ତି ବାଉଁଶୁଣି ଥାନାରେ ଅଟକ । ବସ୍ କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁଯାୟୀ ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିବା ଇଭର ଗ୍ରୀନ ମିଶ୍ର ନାମକ ଯାତ୍ରୀବାହୀ ବସ୍ ରେ ବୌଦ୍ଧ ଥାନା ଘୋରଡ଼ା ଗ୍ରାମର ଜନୈକ ମାନସ ବାଘ ନାମକ ମଦ୍ୟପ ଯୁବକ ବସରେ ଯାତ୍ରା କରୁଥିବା ଜଣେ ଯୁବତୀଙ୍କୁ ଅସଭ୍ୟ ଇଙ୍ଗିତ ସହ ଅଶ୍ଳିଳ ଆଚରଣ ଏବଂ ବାରମ୍ବାର ଅସଦାଚରଣ କରୁଥିବା ବେଳେ ଯୁବତୀ ଜଣକ କାନ୍ଦି କାନ୍ଦି ନିଜ ସିଟରୁ ଉଠି ଅନ୍ୟ ସିଟରେ ବସିଥିଲେ l
ହେଲେ, ସଂପୃକ୍ତ ଯୁବକ ଜଣକ ସେଠାରେ ମଧ୍ୟ ଉକ୍ତ ଯୁବତୀଙ୍କୁ ଅସଦାଚରଣ କରିଥିଲା । ଏହାକୁ ଦେଖି ବସରେ ଯାତ୍ରା କରୁଥିବା ବାଉଁସୁଣୀ ଥାନା ଟାଟାର କିଲ୍ଲା ଗ୍ରାମର ସାଗର ତାଣ୍ଡିଆ ଏହାକୁ ପ୍ରତିବାଦ କରିବାରୁ ମଦ୍ୟପ ଯୁବକ ଜଣକ ଉତ୍ୟକ୍ତ ହୋଇ ସାଗରଙ୍କ ମୁଁହ ଓ ବେକକୁ ଏକ ଛୁରୀରେ ଆକ୍ରମଣ କରିଥିଲା ।
ଫଳରେ ବିରୋଧ କରୁଥିବା ଯୁବକ ସାଗର ଦେହରେ ଗଭୀର ଆଘାତ ଲାଗିଥିଲା । ସହଯାତ୍ରୀ ମାନେ ତାଙ୍କୁ ମଦ୍ୟପ ଯୁବକ କବଳରୁ ଉଦ୍ଧାର କରି ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରିଥିଲେ ।
ସୂଚନା ପାଇ ବାଉଁଶୁଣି ଥାନା ପୋଲିସ ପହଞ୍ଚି ମଦ୍ୟପ ଯୁବକକୁ ଅଟକ ରଖିଥିବା ବେଳେ ବସ୍ କୁ ଏବଂ ବସ୍ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖି ତଦନ୍ତ ଚଳାଇଛି।
ତେବେ ବସ୍ ରେ ଜଣେ ଯୁବତୀଙ୍କୁ ଜଣେ ମଦ୍ୟପ ଯୁବକ ବାରମ୍ବାର ଅସଦାଚରଣ କରୁଥିଲେ ମଧ୍ୟ ବସ୍ କର୍ମଚାରୀ ମାନେ କାହିଁକି ତାକୁ ପ୍ରତିବାଦ କରିନଥିଲେ ? କେଉଁ କାରଣରୁ କୌଣସି ବସ୍ କର୍ମଚାରୀ ଏହି ଘଟଣାରେ ହସ୍ତକ୍ଷେପ କଲେ ନାହିଁ କିମ୍ବା ଡ୍ରାଇଭର କାହିଁକି ଗାଡ଼ିକୁ ଅଟକାଇ ପୋଲିସକୁ ଯୋଗାଯୋଗ କଲେ ନାହିଁ ବୋଲି ସାଧାରଣରେ ସନ୍ଦେହ ସହ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

error: Content is protected !!