ତିର୍ତ୍ତୋଲ ଅଂଚଳରେ ଦୀର୍ଘ ଦିନରୁ ପ୍ରଦୂଷଣ ସୃଷ୍ଟି କରୁଥିବା ବେଆଇନ ଚିମିନି ଇଟା ଭାଟି ଗୁଡିକ ଉପରେ ଜିଲ୍ଲା ପ୍ରଶାସନ ଚଲେଇଛି ବୁଲଡୋଜର, ମାଟିରେ ମିଶି ଯାଇଛି ଇଟା ଭାଟି | ସୂଚନା ଅନୁସାରେ ତିର୍ତ୍ତୋଲ ନିକଟ ମହାନଦୀ ପଠା ର ଗୋଚର ଜମି ଉପରେ ଦୀର୍ଘ ଦିନରୁ ଗଢି ଉଠିଥିଲା ଏକାଧିକ ଚିମିନି ଇଟା ଭାଟି, ସେଗୁଡିକରୁ ନିର୍ଗତ ହେଉଥିବା ପ୍ରଚୁର ପରିମାଣ ର ଧୂଆଁ ଦ୍ୱାରା ବାୟୁମଣ୍ଡଳ ଦୂଷିତ ହେବା ସହିତ ଗୋଚର ଜମି ଗୁଡିକ ନଷ୍ଟ ହେଉଥିଲା | ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ଅଧିକାରୀ ମାନଙ୍କ ଅପାରଗତା କାରଣରୁ ଅଭିଯୋଗ ପତ୍ର ଗୁଡିକ ଫାଇଲ ଭିତରେ ରହିଯାଉଥିଲା, ବର୍ତ୍ତମାନ ରାଜ୍ୟରେ ନୂଆ ସରକାର ଆସିବା ପରେ ଅଧିକାରୀ ମାନେ ଚଳଚଞ୍ଚଳ ହେବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଛନ୍ତି | ବିଶେଷ କରି ଜଗତସିଂହପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଜେ ସୋନାଲ ଦାୟିତ୍ୱ ଗ୍ରହଣ କରିବା ପରେ ଅସାଧୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ପଶିଗଲାଣି, ସେ ଅପରେସନ ବାଲୁବଜ୍ର ହେଉ କି ଅପରେସନ ପ୍ରହାର ସବୁଥିରେ ଅପରାଧୀ ସାବାଡ଼ | ବେଆଇନ ଇଟା ଭାଟି ଗୁଡିକ ଉପରେ ଅଭିଯୋଗ ପାଇବା ପରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଗତକାଲି ସନ୍ଧ୍ୟାରେ ଦୁଇଟି ଇଟାଭାଟି କୁ ପ୍ରୋକଲିନ ମେସିନ ସହାର୍ଯ୍ୟରେ ସମ୍ପୂର୍ଣ୍ଣ ମାଟିରେ ମିଶାଇଥିଲେ | ଏହି ସମୟରେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସହିତ ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ, ତିର୍ତ୍ତୋଲ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ,ତହସିଲଦାର ମହେଶ୍ୱର ବେହେରା, ଏସଡିପିଓ ଅଜୟ ଦାସ, ଆଇଆଇସି ପ୍ରଦୀପ୍ତ ମଲ୍ଲିକ ଙ୍କ ସମେତ ଅଗ୍ନିଶମ ବାହିନୀ, ବିଦ୍ୟୁତ ବିଭାଗ ଏବଂ ମେଡିକାଲ କର୍ତୃପକ୍ଷ ଉପସ୍ଥିତ ରହିଥିଲେ | ପ୍ରାରମ୍ଭିକ ପର୍ଯ୍ୟାୟ ରେ ଦୁଇଟି ଭାଟି ଭଙ୍ଗା ଯାଇଥିବା ବେଳେ ଆଗାମୀ ଦିନରେ ତିର୍ତ୍ତୋଲ ଅଂଚଳରେ ଥିବା ମୋଟ ସାତଗୋଟି ଚିମିନି ଇଟାଭାଟି ଭଙ୍ଗା ଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ |

More Stories
ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….
ବାଘଛାଲ କାରବାର ବେଳେ ମାଡିବସିଲା ବନବିଭାଗ |
ଜୟଦେବ ଜେନାଙ୍କୁ ହତ୍ୟା ଧମକ: ୨ ଗିରଫ