ସାକ୍ଷୀଗୋପାଳ – ଉଦଘାଟିତ ହୋଇଥିବା ସତ୍ୟବାଦୀ ମହୋତ୍ସବ ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ମହୋତ୍ସବର ଉଦଯାପନୀ ସଂଧ୍ୟାରେ ମହୋତ୍ସବର ସଭାପତି ଓମ୍ ପ୍ରକାଶ ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଯୋଗ ଦେଇ ସରକାର ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ପ୍ରଦାନ ଓ ଭୁବନେଶ୍ୱରରୁ ପୁରୀ ଜାତୀୟ ରାଜପଥ ଗୋପବନ୍ଧୁଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ସେହିପରି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ମହୋତ୍ସବର ସମ୍ପାଦକ ଦୀପକ ଶତପଥୀ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଯାପନ ଘୋଷଣା କରିଥିଲେ। ମହୋତ୍ସବର ମୁଖପତ୍ର ତମାଳ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ସୁରେନ୍ଦ୍ରନାଥ ଶତପଥୀ ଙ୍କ ସମ୍ମାନରେ ନେତ୍ରାନନ୍ଦ ବେହେରାଙ୍କୁ ସୁରେନ୍ଦ୍ର ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବର ଶେଷ ସଂଧ୍ୟାରେ ଯୋଗଗୁରୁ ପ୍ରଶାନ୍ତ କୁମାର ବିଶ୍ବାଳଙ୍କ ଛାତ୍ର ଛାତ୍ରୀ ମାନେ ଯୋଗ ପ୍ରଦର୍ଶନ କରିଥିଲେ। ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିଭା, ଭବାନିପାଟଣାର କଳାକାର ଓ ଅଭିନୟ ନୃତ୍ୟ ଏକାଡେମୀ ର କଳାକାର ମାନେ ସେମାନଙ୍କର ନୃତ୍ୟ ପରିବେଷଣ କରିଥିଲେ। ସତ୍ୟବାଦୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ନାଟିକା ଅପରେସନ ସିନ୍ଦୁର ବେଶ ଆକର୍ଷଣୀୟ ସାଜିଥିଲା। ଏହି ନୃତ୍ୟ ରେ ଉପସ୍ଥିତ ଦର୍ଶକ ମାନଙ୍କୁ ସ୍ତବ୍ଧ କରିଦେଇଥିଲା । ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଗୁରୁଜୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବ କମିଟି ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ହଲିଉଡ୍ ଗାୟିକା ଅରୁଣିତାଙ୍କ ଟିମ୍ ଓ ନିହାଲ ତାଉରୋଙ୍କ ଟିମ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ମାନଙ୍କୁ ଶୀତୁଆ ରାତିରେ ବାନ୍ଧି ରଖିଥିଲେ।

More Stories
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ
କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର