February 12, 2026

Now Odisha

Now Odisha

ଚାନ୍ଦନୀମାଲ ଧନୁଯାତ୍ରା ପାଇଁ – ଶୁଭସ୍ତମ୍ବ ସ୍ଥାପନ

Spread the love

୨୮ ତମ ମହାଶିବରାତ୍ରି ଓ ଜାଗରଯାତ୍ରା ଉପଲକ୍ଷେ ଆୟୋଜିତ ଚାନ୍ଦନୀମାଲ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଗତ 8 ତରିକ ରବିବାର ଦିନ ଶୁଭସ୍ତମ୍ଭ
କରାଗଲା ।
ଏହା ଗ୍ରାମର ଶ୍ରୀ ଶ୍ରୀ ଉମାଶଙ୍କର ପ୍ରାଙ୍ଗଣ ଠାରୁ ବାହାରି ଗ୍ରାମର ଦେବୀପିଠକୁ ଯାଇ ପ୍ରଥମେ । ପୂଜା କରାଯାଇଥିଲା । ଏଥିରେ ପୂଜକ ବାଞ୍ଛାନିଧି ଭୋଇ ପୂଜାର୍ଚ୍ଚନା କରିଥିଲେ । ତାପରେ ଗ୍ରାମରେ ଥିବା ତିନୋଟି ଗ୍ରାମ ହନୁମାନ ମନ୍ଦିର ଓ ଶିବ ମନ୍ଦିର ରେ ପ୍ରଭୁଙ୍କ ବରଣ କରାଯାଇଥିଲା । ତାପରେ ଯାତ୍ରା ପଡ଼ିଆ ଠାରେ ବଜରଙ୍ଗ ବଲୀ ଝଣ୍ଡା ସ୍ଥାପନ କରାଗଲା । ଏଥିରେ ଶ୍ରୀ ରାମଜୀ ସରସ୍ୱତୀ ପୂଜା ର୍ଚ୍ଚନା କରିଥିଲେ ।
କର୍ତ୍ତା ଭାବରେ ଭରତ ରୋହିଦାସ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସୁଷମ ରୋହିଦାସ କାର୍ଯ୍ୟ ନିର୍ବାହ କରିଥିଲେ ।
ଉକ୍ତ କମିଟିର ସଭାପତି ପ୍ରମୋଦ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ପର୍ଶୁରାମ ରୋହିଦାସ, ସମ୍ପାଦକ ଲିଙ୍ଗରାଜ ରୋହିଦାସ , ପୂର୍ବତନ ସରପଞ୍ଚ କେଶବ ରୋହିଦାସ , ଚାନ୍ଦନୀମାଲ୍ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଲକ୍ଷ୍ମୀଧର ମିଶ୍ର ଯୋଗ ଦେବାସହ ଗ୍ରାମର ବ୍ୟୋଜେଷ୍ଠ ବ୍ୟକ୍ତି ମାନେ ଓ ଗ୍ରାମର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।

error: Content is protected !!